ଅବକାରୀ ସଚିବ ନିକଟରେ ପହଞ୍ଚିଲା ନିଶାନ୍ତ ବାର ସ୍ଥାନାନ୍ତର ମାମଲା
କେସିଙ୍ଗା,୪/୮(କେସିଙ୍ଗା ସମାଚାର) ବିଗତ ଦିନରେ କେସିଙ୍ଗା ସହରକୁ ଅଶାନ୍ତ କରିଥିବା ନିଶାନ୍ତ ବାର ସ୍ଥାନାନ୍ତର ମାମଲା କେସିଙ୍ଗା ରୁ ଭବାନୀପାଟଣା ଏବଂ ଏବେ ଭବାନୀପାଟଣା ରୁ ରାଜ୍ୟ ରାଜଧାନୀ ଭୁବନେଶ୍ଵର ରେ ପହଞ୍ଚିଛି।କେସିଙ୍ଗା ସିଟିଜନ ଫୋରମ ର ସଭାପତି ଡାକ୍ତର ହେମସାଗର ସାହା ଉକ୍ତ ସ୍ଥାନାନ୍ତର ବିଷୟ କୁ ରାଜ୍ୟ ଅବକାରୀ ସଚିବ ଆର ଏସ ଗୋପାଳନ ପାଖରେ ଅଭିଯୋଗ ଆବେଦନ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ମାନ୍ୟବର ସାଂସଦ ମହୋଦୟା ଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ଜିଲ୍ଲା ଅବକାରୀ ବିଭାଗର କିଛି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ କେସିଙ୍ଗା ରେ ୧୫ ଦିନ ତଳେ ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ୱାର୍ଡ ବାସୀ ଙ୍କ ସମେତ ଅଞ୍ଚଳର ବୁଦ୍ଧିଜିବୀ ଉକ୍ତ ବିଷୟ ଉପରେ ଅଭିଯୋଗ କରିବା ର ଦୁଇ ଦିନ ପରେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା ବିବାଦିତ ସ୍ଥାନକୁ ଆସି ସାହିବାସୀ ଙ୍କ ବ୍ୟତୀତ ଅଞ୍ଚଳର ବୁଦ୍ଧିଜିବୀ ଙ୍କ ସହିତ ଘଣ୍ଟାଏ କାଳ ଆଲୋଚନା ପରେ ଫେରି ଯାଇ ଜିଲ୍ଲାପାଳ ଙ୍କୁ ରିପୋର୍ଟ କରିଥିଲେ ଯାହାକୁ ଜିଲ୍ଲାପାଳ ଉପର ମହଲା କୁ ପଠାଇ ଥିବା ଶୁଣିବାକୁ ମିଳିଥିଲା।ହେଲେ ଆଜି ପର୍ଯ୍ୟନ୍ତ କୌଣସି ଭଲ ଖବର ନ ମିଳିବାରୁ ଶେଷରେ ସିଟିଜନ ଫୋରମ୍ ସଭାପତି ଡାକ୍ତର ସାହା ଅବକାରୀ ସଚିବ ଙ୍କୁ ସାକ୍ଷାତ କରି ସଚିବ ଙ୍କ ଠାରେ ଅଭିଯୋଗ ଆବେଦନ ଦାଖଲ କରିଛନ୍ତି।ଦେଖିବାକୁ ବାକି ରହିଲା ଆଉ କେତେଦିନ ପରେ କେସିଙ୍ଗା କୁ ସୁଖବର ମିଳିବ।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)