ଶ୍ରାବଣ ର ପ୍ରଥମ ସୋମବାର ଶିବାଳୟ ରେ ପ୍ରବଳ ଭିଡ଼
କେସିଙ୍ଗା,୩/୮(ସମିସ) ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସ ର ଅନେକ ମହତ୍ତ୍ଵ ରହିଛି ଶିବ ଭଗବାନ ଙ୍କୁ ପ୍ରସନ୍ନ କରିବା ସହିତ ମାସ ତମାମ ଗାଆଁ ଠୁ ସହର ଚଳ ଚଞ୍ଚଳ ହୋଇ କମ୍ପି ଉଠେ ବୋଲବମ ନାରାରେ। ଶିବାଳୟ ମାନକର ନାହିନଥିବା ଭିଡ଼ ପରିଲକ୍ଷିତ ହୋଇଥାଏ।କେସିଙ୍ଗା ବ୍ଲକ ରେ ମଧ୍ୟ ଶ୍ରାବଣ ର ପ୍ରଥମ ସୋମବାର ପାଇଁ ଐତିହାସିକ ସପ୍ତମାତୃକା ଶୈବ ପୀଠ ବେଳଖଣ୍ଡି, ଗୁର୍ଜୀମୁଣ୍ଡା, କେସିଙ୍ଗା ସହର ମଧ୍ୟ ଭାଗ ପାହାଡ଼ ଉପରେ ଥିବା ଧବଳେଶ୍ଵର ପୀଠ, ତହଁସିର, ଅମାଠଗଡ ତେଲ ନଦୀ କୂଳ ରେ ଥିବା ଶିବ ମନ୍ଦିରରେ ଶିବ ଲିଂଗରେ ପାଣି ଢାଳିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)