ଭୟ ଦେଖାଉଛି କେସିଙ୍ଗା ମେଡିକାଲ ପରିସରରେ ଥିବା ବୁଢ଼ା ଓ ଶୁଖା ଗଛ ( ୬ ମାସରେ ୩ ଥର ଭାଙ୍ଗିଲାଣି ଆଉଟଡୋର ପାଖ ପିପଲଗଛ)
କେସିଙ୍ଗା,୩/୮(କେସିଙ୍ଗା ସମାଚାର ) କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ କାହିଁ କେତେ ଦିନରୁ ଅନେକ ବଡ଼ ବଡ଼ ଓ ପୁରୁଣା ଗଛ ଗୁଡ଼ିକ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ନା ଗଛ ଗୁଡ଼ାକୁ ହଟା ଯାଉଛି ନା କୌଣସି ବିକଳ୍ପ ଚିନ୍ତା କରାଯାଉଛି।ଭଗବାନ ଭରସାରେ ଛାଡ଼ି ଦିଆଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।ଦୁଇ ତିନୋଟି ଗଛ ମେଡିକାଲ ର ଡାକ୍ତର ଙ୍କ ବାସଭବନ ସମ୍ମୁଖରେ ରହି ଅନେକ ସମୟରେ ଡାକ୍ତର ଭୟ ସୃଷ୍ଟି କରୁଥିବା ବେଳେ ଗୋଟିଏ ପ୍ରାୟ୧୦୦ ବର୍ଷର ପୁରୁଣା ଅଶ୍ବସ୍ତ ଗଛ କେସିଙ୍ଗା ମେଡିକାଲ ର ଆଉଟ ଡୋର ସମ୍ମୁଖରେ ରହିଛି ଯୋଉ ଗଛ ତଳେ ପ୍ରତିଦିନ ରୋଗୀ ହେଉ କିମ୍ବା ରୋଗୀଙ୍କ ସମ୍ପର୍କୀୟ ମାନେ ଛାଇ ତଳେ ବସିଥାନ୍ତି।ସେମିତି କିଛି ମାସ ତଳେ ପବନରେ ଉକ୍ତ ଅଶ୍ବସ୍ତ ଗଛର ଗୋଟିଏ ବଡ଼ ଡାହି ଭାଙ୍ଗି ଯାଇଥିବାରୁ କାହାକୁ କିଛି ହେଇ ନଥିଲେ ମଧ୍ୟ ଗଛ ତଳେ ଥିବା ବିଲ୍ଡିଁ ର ଅନେକ କ୍ଷୟକ୍ଷତି ହୋଇଥିଲା।ଆମେ ଉକ୍ତ ପୁରୁଣା ଓ ବୁଢ଼ା ଗଛ ବିଷୟ ଉପରେ କେସିଙ୍ଗା ମେଡିକାଲ ଅଧ୍ୟକ୍ଷ ରବିନ୍ଦ୍ର ନାଥ ଖଟୁଆ ଙ୍କୁ ପଚାରିବାରୁ ସେ ଉକ୍ତ ଗଛ ଗୁଡ଼ାକ ବିଷୟରେ ଚିନ୍ତାରେ ଅଛୁ କାରଣ ବିଗତ ୬ ମାସ ମଧ୍ୟରେ ଆଉଟ୍ ଡୋର ବାହାରେ ଥିବା ଅଶ୍ବସ୍ତ ଗଛ ର ବଡ଼ ବଡ଼ ଡାଳ ୩ ଥର ଭାଙ୍ଗିଲାଣି କାହାରିକି କିଛି ହୋଇ ନ ଥିଲେ ମଧ୍ୟ ଅନେକ କ୍ଷୟକ୍ଷତି ହେଉଛି ଗଛଭଙ୍ଗା ଯୋଗୁଁ ଗଛ ତଳେ ଥିବା ପବ୍ଲିକ ୟୁରିନାଲ ଓ ପାଣି ଟାଙ୍କି ଭାଙ୍ଗି ଚୂର୍ମାର ହୋଇ ଯାଇଥିଲା ଯାହାକୁ ପୁଣିଥରେ ମରାମତି କରାଯାଇଥିଲା।ସେଥି ପାଇଁ ଆମେ ଅନେକ ଥର ସହରରେ ଥିବା ବନବିଭାଗ କୁ ଚିଠି ଲେଖି ବୁଢ଼ା ଓ ଶୁଖା ଗଛ ଗୁଡାକୁ ହଟାଇବା ପାଇଁ ଜଣାଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ଆଦେଶ କିମ୍ବା ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଥିଲେ।ଯଥା ଶୀଘ୍ର ମେଡିକାଲ ପରିସରରେ ଥିବା ବୁଢ଼ା ଓ ଶୁଖିଲା ଗଛ ଗୁଡାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।
କେସିଙ୍ଗା ରୁ ମଧୁସୂଦନ ଠାକୁର
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)