କେସିଙ୍ଗା ବ୍ଲକସ୍ତରୀୟ କ୍ରୀଡ଼ା ଚୟନ ପ୍ରତିଯୋଗିତା ଅନୁଷ୍ଠିତ।

Sep 08, 2026 - 23:10
0 41
କେସିଙ୍ଗା ବ୍ଲକସ୍ତରୀୟ କ୍ରୀଡ଼ା ଚୟନ ପ୍ରତିଯୋଗିତା ଅନୁଷ୍ଠିତ।

କେସିଙ୍ଗା/ କେସିଙ୍ଗା ସମାଚାର୦୮/୦୯ ( ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ସ୍ତରୀୟ କ୍ରୀଡ଼ା ଚୟନ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ଖେଳ ପଡିଆ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, କେସିଙ୍ଗା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ କ୍ରୀଡ଼ା ଶିକ୍ଷକ ସଂଘର ସଭାପତି ପଞ୍ଚମ ସାହୁ , ସମ୍ପାଦକ ତୁମେଶ୍ୱର ଶବର ତଥା କେସିଙ୍ଗା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟକୁ ପ୍ରତିନିଧିତ୍ୱ କରୁଥିବା କ୍ରୀଡ଼ା ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ମିଳିତ ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଲକ୍ ଅଧିନସ୍ଥ ତିନିଗୋଟି ଜୋନାଲ ସ୍ତରର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ଏହି ପ୍ରତିଯୋଗିତାରେ ଯୋଗଦେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।ଏହି ଅବସରରେ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ସ୍ତରର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଫୁଟବଲ୍,କବାଡି, ବ୍ୟାଡମିଣ୍ଟନ, ଚେସ୍ ଓ ୟୋଗା,ଖୋ -ଖୋ ଓ ଭଲିବଲ୍ ସମେତ ବିଭିନ୍ନ କ୍ରୀଡ଼ାର ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଓ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍‌ମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଚୟନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇ ଅlନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାମଚନ୍ଦ୍ର ସା , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, କେସିଙ୍ଗା ଚନ୍ଦ୍ରଧ୍ୱଜ ନାଗ, ପ୍ରଧାନ ଶିକ୍ଷକ ଶ୍ରଯୁକ୍ତ ହେମନ୍ତ କୁମାର ବାଗ,ଏସ୍.ଏମ୍.ସି କମିଟି ଉପ ସଭାନେତ୍ରୀ ସସ୍ମିତା ପଟ୍ଟନାୟକ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, କଶୃପଡା ଗୋବିନ୍ଦ ବାଗ ପ୍ରମୁଖ ଯୋଗଦେଇ କ୍ରୀଡ଼ା ଶରୀରକୁ ସୁସ୍ଥ ରଖିବା ସହ ଶୃଙ୍ଖଳା,ଏକତା, ନେତୃତ୍ୱ ଓ ପ୍ରତିଯୋଗିତାମୂଳକ ମନୋଭାବ ବିକାଶରେ ସହାୟକ ବୋଲି ମତପ୍ରକାଶ କରିଥିଲେ। ଆୟୋଜକ ମାନେ ପ୍ରତିଭାବାନ କ୍ରୀଡ଼ାବିତ୍‌ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଉତ୍ତମ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶହ- ଶିକ୍ଷୟତ୍ରୀ ସ୍ୱପ୍ନା ଟକରିଆ ମଞ୍ଚ ପରିଚାଳନାରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ସଫଳ କରିବାରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ-ଶିକ୍ଷୟିତ୍ରୀ, କ୍ରୀଡ଼ା ଶିକ୍ଷକ,ଆୟୋଜକ କମିଟି ଓ ସହଯୋଗୀମାନଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User