ମାସେ ପରେ କେସିଙ୍ଗା ରେ ହୋଇଥିବା ଏକ ବଡ଼ଧରଣ ର ଡ଼କାୟତି ର ପର୍ଦ୍ଦାଫାଶ କଲା କେସିଙ୍ଗା ପୋଲିସ ( ଲକ୍ଷାଧିକ ଟଙ୍କା ନଗଦି ସୁନା ରୂପା ସହ ୬ ଗିରଫ) (କେସିଙ୍ଗା ପୋଲିସ ର ସଫଳତା କୁ ଆରକ୍ଷିଅଧିକ୍ଷକ ଙ୍କ ପ୍ରଶଂସା)
କେସିଙ୍ଗା/ କେସିଙ୍ଗା ସମାଚାର ୨୫/୮(ମଧୁସୂଦନ ଠାକୁର) ଗତ ଜୁଲାଇ ମାସ ୨୦ ତାରିଖରେ କୌଣସି ପାରିବାରିକ କାର୍ଯ୍ୟକ୍ରମ ପାଇଁ କିଛି ଦିନ ପାଇଁ ସହର ବାହାରକୁ ଯାଇଥିବା କେସିଙ୍ଗା ୱାର୍ଡ ନଂ ୩ ରେ ବ୍ୟବସାୟୀ ପୁନମ ଅଗ୍ରୱାଲ ଙ୍କ ଘରୁ ହୋଇଥିବା ବଡ଼ ଧାରଣ ର ଡ଼କାୟତି ଘଟଣାର ପ୍ରାୟ ମାସେ ପରେ ପର୍ଦ୍ଦାଫାଶ କରିଛ କେସିଙ୍ଗା ପୋଲିସ।ପୋଲିସ କବଜାରେ ଅଛନ୍ତି ଡ଼କାୟତି କରି ଫେରାର ଥିବା ଡ଼କାୟତି ଦଳ।ଗିରଫ ହୋଇ ଥିବା ଡ଼କାୟତ ମାନେ ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନଂ ୩ ର ନରେଶ ତାଣ୍ଡି(୨୭), ରାୟଗଡ଼ା ଜିଲ୍ଲା ଆରକେ ନଗର ର ରବି ଶଙ୍କର ମହାନନ୍ଦିଆ ( ୩୩) , ରାହୁଲ ସାମଲ(୨୩), ପ୍ରମି ଶ୍ରୀକାନ୍ତ (୩୨), ତେଜପ ଓରଫ ଅଜିତ ନାଏକ (୨୭) ଅନ୍ୟ ଜଣେ ସେହି ରାୟଗଡ଼ା ଜିଲ୍ଲାର କୋଟାପେଟା ଦୀପସାହି ଗ୍ରାମର ହୁଇକା ଦୂତୀଆ ବୋଲି କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ୍ ଦେବରକୋଣ୍ଡା ମଙ୍ଗଳବାର କେସିଙ୍ଗା ପୋଲିସ ଷ୍ଟେସନ ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ତାଙ୍କ ଠାରୁ ୭୨ ଗ୍ରାମ ସୁନା, ୧୧୩୮ ଗ୍ରାମ ରୂପା ଓ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି କେସିଙ୍ଗା ପୋଲିସ। ଗତ ଦୁଇ ମାସ ଭିତରେ କେସିଙ୍ଗା ସହର ମଧ୍ୟରେ ଦୁଇ ଦୁଇଟି ବଡ଼ ବଡ଼ ଧରଣର ଚୋରି ଡକାୟତି ଯୋଗୁଁ ସହର ବାସୀ ଙ୍କୁ ଚିନ୍ତା ରେ ପକାଇଥିବା ବେଳେ ପୋଲିସ ର ଏହି ସଫଳତା କେସିଙ୍ଗା ବାସୀ ଙ୍କୁ ଟିକିଏ ଚିନ୍ତା ରୁ ମୁକ୍ତି ଦେଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଧ୍ୟ କେସିଙ୍ଗା ଏସଡିପିଓ, ଥାନା ଅଧିକାରୀ ଓ ସମୁଦାୟ କେସିଙ୍ଗା ପୋଲିସ କୁ ଧନ୍ୟବାଦ୍ ସହ ସାବାସି ମଧ୍ୟ ଦେଇଛନ୍ତି।ଉକ୍ତ ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ,ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳ ଙ୍କ ସମେତ କେସିଙ୍ଗା ପୋଲିସ ଷ୍ଟେସନ ର ଅନ୍ୟାନ୍ୟ ଅଧିକାରୀ ,କର୍ମଚାରୀ ମାନେ ଉପସ୍ଥିତ ଥିଲେ।
What's Your Reaction?
Like
2
Dislike
0
Love
0
Funny
0
Wow
1
Sad
0
Angry
0
Comments (0)