କେସିଙ୍ଗା ପୋଲିସ କୁ ମିଳିଛି ବଡ଼ ସଫଳତା ------ ( ୪୧ କେଜି ଚୋରା ଗଞ୍ଜେଇ ସହ ଜଣେ ଅଟକ)

Aug 08, 2026 - 12:54
0 74
କେସିଙ୍ଗା ପୋଲିସ କୁ ମିଳିଛି ବଡ଼ ସଫଳତା ------ ( ୪୧ କେଜି ଚୋରା ଗଞ୍ଜେଇ ସହ ଜଣେ ଅଟକ)
କେସିଙ୍ଗା ପୋଲିସ କୁ ମିଳିଛି ବଡ଼ ସଫଳତା ------ ( ୪୧ କେଜି ଚୋରା ଗଞ୍ଜେଇ ସହ ଜଣେ ଅଟକ)

କେସିଙ୍ଗା ସମାଚାର ୮/୮(ମଧୁସୂଦନ ଠାକୁର) ଦୀର୍ଘଦିନ ପରେ କେସିଙ୍ଗା ପୋଲିସ କୁ ମିଳିଛି ଚୋରା ଗଞ୍ଜେଇ ଧରିବାରେ ସଫଳତା।କୌଣସି ସୂତ୍ର ରୁ ଖବର ପାଇ ଶୁକ୍ରବାର ଦିନ ସନ୍ଧ୍ୟାରେ କେସିଙ୍ଗା କୁର୍ଲୁପଡ଼ା ସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟ ରେ ଚଢାଉ କରି ଜଣେ ବ୍ୟକ୍ତି ସମେତ ପ୍ରାୟ ୪୧ କେଜି ଚୋରା ଗଞ୍ଜେଇ ଜବତ କରିଛି। ଯାହାର ବଜାର ର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ। ଅଟକ ରଖିଥିବା ବ୍ୟକ୍ତି ଜଣକ ବିଷୟରେ କେସିଙ୍ଗା ପୋଲିସ ପକ୍ଷରୁ କୌଣସି ପରିଚୟ ପ୍ରଦାନ କରାଯାଇ ନ ଥିଲେ ମଧ୍ୟ ବ୍ୟକ୍ତି ଜଣକ ମଦନପୁର ରାମପୁର ଅଞ୍ଚଳର ବୋଲି ସୂଚନା ମିଳିଛି।ଗଞ୍ଜେଇ କଳାହାଣ୍ଡି ରୁ ବାହାର ରାଜ୍ୟ କୁ ଚାଲାଣ ଚାଲାଣ କରିବାକୁ ଥିବା ସନ୍ଦେହ କରାଯାଉଛି।ଅନ୍ୟ ମାନଙ୍କ ମଧ୍ୟରେ ମାଜିଷ୍ଟ୍ରେଟ ଡାଇତ୍ୱରେ କେସିଙ୍ଗା ର ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ଙ୍କ ସମେତ କେସିଙ୍ଗା ପୋଲିସ ଷ୍ଟେସନ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User