କେସିଙ୍ଗା ଅଞ୍ଚଳରେ ଦୀର୍ଘ ୩୬ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଡାକ୍ତର ନିର୍ମଳ ଚନ୍ଦ୍ର ସାହୁ ସମ୍ମାନିତ
କେସିଙ୍ଗା/ କେସିଙ୍ଗା ସମାଚାର ୧୭/୧୧(ମଧୁସୂଦନ ଠାକୁର) ନଭେମ୍ବର ୧୬ ତାରିଖ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ କେସିଙ୍ଗା ର ଅବସର ପ୍ରାପ୍ତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ ଚନ୍ଦ୍ର ସାହୁ ଙ୍କୁ କେସିଙ୍ଗା ଓ ଆଖ ପାଖ ଅଞ୍ଚଳ ର ଲୋକଙ୍କ ଅନବରତ ୩୬ ବର୍ଷର ସେବା ପାଇଁ ସମ୍ମାନିତ କରାଯାଇଛି। ଏଠାରେ ପ୍ରକାଶ ଥାଉକି ଡାକ୍ତର ସାହୁ ଢେଙ୍କାନାଳ ଜିଲ୍ଲାର ଗୋଟେ ମଫସଲିଆ ଗ୍ରାମରେ ୦୧/୦୪/୧୯୫୫ ମସିହାରେ ଜନ୍ମଗ୍ରହଣ କରି ଭୀମସାର ବୁର୍ଲା ରେ ଡାକ୍ତରୀ ଜୀବନ ଆରମ୍ଭ କରି ପରେ ଏସସିବି କଟକ ରୁ ଜଣେ ଶିଶୁରୋଗ ବିଶେଷଜ୍ଞ ଭାବରେ ଉତ୍ତୀର୍ଣ୍ଣ ହୋଇ ୧୯୯୦ ମସିହା ରେ କେସିଙ୍ଗା ମେଡ଼ିକାଲରେ ଜଣେ ଶିଶୁରୋଗ ବିଶେଷଜ୍ଞ ଭାବରେ ନିଯୁକ୍ତି ପାଇଥିଲେ ପରେ ଡାକ୍ତର ସାହୁ ୨୦୧୫ ରୁ ୨୦୧୭ ମସିହା ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ମେଡିକାଲ ଅଫିସର ଭାବରେ ଜିଲ୍ଲାରେ ସେବା ଦେଇ ଅବସର ଗ୍ରହଣ କରିଥିଲେ।ବର୍ତ୍ତମାନ ଡାକ୍ତର ସାହୁ କେସିଙ୍ଗା ଜଗନ୍ନାଥ ପଡା ରେ ନିଜର କ୍ଲିନିକ୍ କରି ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଛନ୍ତି। ସମ୍ମାନିତ ଦିନ ଡାକ୍ତର ସାହୁ ନିଜର ଜରୁରୀ ମେଡିକାଲ କାମ ପାଇଁ ସୁଦୂର ବିଶାଖାପାଟଣା ଯାଇ ଥିବାରୁ ତାଙ୍କ ପ୍ରତିନିଧି ଭାବରେ କେସିଙ୍ଗା ର ଯୁବଔଷଧ ବ୍ୟବସାୟୀ ସନି ଅଗ୍ରୱାଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ କେସିଙ୍ଗା ସାମ୍ବାଦିକ ମହାସଂଘ ଡାକ୍ତର ସାହୁ ଙ୍କ ଦୀର୍ଘାୟୁ ଓ ନିରୋଗ ପୂର୍ଣ୍ଣ ଜୀବନ ର କାମନା କରୁଛି।
What's Your Reaction?
Like
3
Dislike
0
Love
1
Funny
0
Wow
1
Sad
0
Angry
0
Comments (0)