ନବରାତ୍ରି ର ସପ୍ତମ ଦିନ ମାଁ ଦୂର୍ଗା ଙ୍କ କାଳରାତ୍ରି ରୂପ----+
କେସିଙ୍ଗା/କେସିଙ୍ଗା ସମାଚାର/୧୭/୧୦(ମଧୁସୂଦନ ଠାକୁର) ରବିବାର ଠୁ ଆରମ୍ଭ ହୋଇ ଥିବା ଦଶହରା ନବରାତ୍ର ର ସପ୍ତମ ଦିନରେ ମାଁ ଦୁର୍ଗା ଙ୍କ *କାଳରାତ୍ରି* ରୂପକୁ ପୂଜା କରାଯାଇ ଥାଏ ।ପୌରାଣିକ ଆଖ୍ୟାନ ଅନୁଯାୟୀ ଏହି ରୂପରେ ମାଁ ଙ୍କ ରୂପ ଗାଢ଼ କଳା, ଚୁଟି ଖୋଲା, ତିନି ଆଖି ବାହାନ ଗଧ ,୪ ହାତରେ ଖଡ୍ଗ,ଲୁହା କଣ୍ଟା, ବର ଓ ଅଭୟ ମୁଦ୍ରା ଥାଏ। ମାଁ ଙ୍କ ଶ୍ୱାସ ରୁ ଅଗ୍ନି ବାହାରେ ଓ ମାଁ ଭୟଙ୍କର ଭଳି ଦେଖାଯାଉଥିଲେ ମଧ୍ୟ ବହୁତ ଦୟାଳୁ ହୋଇଥାନ୍ତି। ଆଜି ମାଁ କାଳରାତ୍ରି ଙ୍କୁ ପୂଜା କଲେ ସମସ୍ତ ନକାରାତ୍ମକ ଶକ୍ତି, ଭୂତ - ପ୍ରେତ ଡର ନାଶ ହେବା ସହ ମାଁ ଙ୍କ ଏହି ରୂପ କୁ ଶୁଭଙ୍କରୀ ଓ ସବୁ ଅଶୁଭ କୁ ଶୁଭ କରିଦିଅନ୍ତି ବୋଲି ବର୍ଣ୍ଣିତ ରହିଛି। କାଳରାତ୍ରି ରୂପ ରେ ମାଁ ରକ୍ତବୀଜ ଅସୁର କୁ ବଧ କରିଥିଲେ । ଆଜି ମାଁ ଙ୍କ ଠାରେ ଗୁଡ଼ ଭୋଗ ଲାଗିଥାଏ। *ଜୟ ମାଁ କାଳରାତ୍ରି *
What's Your Reaction?
Like
1
Dislike
0
Love
1
Funny
0
Wow
0
Sad
0
Angry
0
Comments (0)