ବଣ୍ଟି ଜୈନ ହେଲେ କେସିଙ୍ଗା ଏନ ଏ ସି ର ସାଂସଦ ପ୍ରତିନିଧି
କେସିଙ୍ଗା/ କେସିଙ୍ଗା ସମାଚାର ୧୧/୧୦(ମଧୁସୂଦନ ଠାକୁର) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ର ନୂତନ ସାଂସଦ ପ୍ରତିନିଧି ଭାବରେ କେସିଙ୍ଗା ର ବରିଷ୍ଠ ବିଜେପି କର୍ମୀ ବଣ୍ଟି ଜୈନ ଙ୍କୁ ନିଯୁକ୍ତ କରିଛନ୍ତି ସାଂସଦ ମାଳବିକା ଦେବୀ ଏନେଇ ସାଂସଦ ଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ କଳାହାଣ୍ଡି ଜିଲ୍ଲାପାଳ ଓ କେସିଙ୍ଗା ବିଡ଼ିଓ ଙ୍କୁ ଚିଠି ହୋଇ ସାରିଛି ଶ୍ରୀ ଜୈନ ଙ୍କ ନିଯୁକ୍ତି କୁ ନେଇ କେସିଙ୍ଗା ନଗର ବିଜେପି ରେ ଖୁସିର ଲହରୀ ଖେଳିଯାଇଛି ଓ ଅଭିନନ୍ଦନ ର ସୁଅ ଛୁଟିବାରେ ଲାଗିଛି।କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡ଼ା ଉପସଭାପତି ପ୍ରିତେସ ପଟେଲ, ସମ୍ପାଦକ ଯୁଗଳ ଦୀପ ପୂର୍ବତନ ନଗର ସଭାପତି ପ୍ରଶାନ୍ତ ବାନାର୍ଜୀ, ମଗନ ସିନ୍ଦୂର, ସନ୍ତୋଷ ଦାସ, ବିମଳ ବାଗ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ପ୍ରମୁଖ ଶ୍ରୀ ଜୈନ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଠାରେ ପ୍ରକାଶ ଥାଉକି ଶ୍ରୀ ଜୈନ ଆଗରୁ କେସିଙ୍ଗା ନଗର କମିଟି ବ୍ୟତୀତ ଜିଲ୍ଲା କମିଟି ରେ ମଧ୍ୟ ଅନେକ ଗୁରୁତ୍ଵପୂର୍ଣ୍ଣ ପଦ ପଦବୀ ରେ ରହି ନିଷ୍ଠାର ସହିତ ନିଜ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ନିଜ ପ୍ରତିକ୍ରିୟା ରେ କେସିଙ୍ଗା ଏନ୍ ଏ ସି ର ବିକାଶ ଓ ସମସ୍ତ ସରକାରୀ ଜନ କଲ୍ୟାଣକାରୀ ଯୋଜନା କିପରି ସମାଜର ଶେଷ ବ୍ୟକ୍ତି ପାଖରେ ପହଞ୍ଚିବ ସେଥି ପ୍ରତି ଧ୍ୟାନ ଦେବା ସହିତ ସହରର ବିକାଶ ମୁଖ୍ୟ ଏଜେଣ୍ଡା ରହିବ ବୋଲି ପ୍ରତିକ୍ରିୟା ଦେଇଥିଲେ।
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)