୫ ଡକାୟତ ଙ୍କୁ ଗିରଫ କଲା ମ.ରାମପୁର ପୋଲିସ
କେସିଙ୍ଗା/ କେସିଙ୍ଗା ସମାଚାର ( ମଧୁସୂଦନ ଠାକୁର) କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ପୋଲିସ କୁ ମିଳିଛି ବଡ଼ ସଫଳତା।ଏକ ଡକାୟତି ମାମଲାରେ ୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରୁଛି ମ. ରାମପୁର ପୋଲିସ।ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଆଁ ଥାନା ଫଟାମୁଣ୍ଡା ଗ୍ରାମର ଗ୍ରାମର ଅଶୋକ ସୁନା (୩୨) , ବଲାଙ୍ଗୀର ଜିଲ୍ଲା ଦେଓ ଗାଆଁ ଥାନା ମୁରସିଂ ଗ୍ରାମର ଭୁବନେଶ୍ଵର ଭୋଇ (୨୮), କଳାହାଣ୍ଡି ଜିଲ୍ଲା ମ. ରାମପୁର ଥାନା ମାଛିବନ୍ଧପଡ଼ା ଗ୍ରାମର ବ୍ରଜବନ୍ଧୁ କାଲସାଇ (୩୯), ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ଥାନା ଚାନ୍ଦୋତରା ଗ୍ରାମର ପ୍ରତ୍ୟୁଷ ମିର୍ଦ୍ଧା (୨୭) ଓ ବଲାଙ୍ଗୀର ଜିଲ୍ଲା ଦେଓଗାଆଁ ଥାନା ଧଣ୍ଡମାଲ ଗ୍ରାମର ଅଭିନାସ ନାଗ (୨୪) ବୋଲି କେସିଙ୍ଗା ଏସଡିପିଓ ସନ୍ଦୀପ କୁମାର ମାଝୀ ସ୍ପଷ୍ଟ କରିଛନ୍ତି।ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୨୦ ହଜାର ଟଙ୍କା ସହିତ ୫ ଟି ମୋବାଇଲ ଓ ୪ ଟି ମଟର ସାଇକଲ ମଧ୍ୟ ପୋଲିସ ଜବତ କରିଛି।କେସିଙ୍ଗା ସହରରେ ମଧ୍ୟ ଚୋରି ଡ଼କାୟତି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କେସିଙ୍ଗା ର ଡକାୟତ ମାନେ କେବେ ପୋଲିସ ର ହାତକୁ ଆସିବେ ଦେଖିବାକୁ ବାକି ରହିଲା।
What's Your Reaction?
Like
2
Dislike
0
Love
0
Funny
0
Wow
1
Sad
0
Angry
0
Comments (0)