ବର୍ଷା ହେଲେ କସ୍ତୁରିବା ବାଳିକା ହଷ୍ଟେଲ ସମ୍ମୁଖଗେଟ ରେ ଜମୁଛି ଆଣ୍ଠୁଏ ପାଣି
କେସିଙ୍ଗା/୧୩/୮ କେସିଙ୍ଗା ସମାଚାର (ମଧୁସୂଦନ ଠାକୁର) କେସିଙ୍ଗା ବିଦ୍ୟାପୀଠ ବିଦ୍ୟାଳୟ ଭିତରେ ନୂତନ ଭାବରେ ତିଆରି ହୋଇଥିବା କସ୍ତୁରିବା ବାଳିକା ହଷ୍ଟେଲ ର ଶ୍ୟାମଜି ରାଇସ ମିଲ ସମ୍ମୁଖରେ ଥିବା ଗେଟ ସମ୍ମୁଖରେ ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ହଷ୍ଟେଲ ଛାତ୍ରୀ ମାନଙ୍କ ସମେତ ଅଭିଭାବକ ମାନଙ୍କୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ପାଖରେ ଥିବା ପାହାଡ଼ ରୁ ବର୍ଷା ପାଣି ଆସି ହଷ୍ଟେଲ ସମ୍ମୁଖରେ ଜମା ହୋଇ ପାଣି ସବୁ ହଷ୍ଟେଲ ବାରଣ୍ଡା ହୋଇ ପାଖରେ ଥିବା ଖେଳ ପଡିଆ କୁ ଯାଉଛି।ଆମେ ଉକ୍ତ ବିଷୟ ଉପରେ ସ୍ଥାନୀୟ ବିଇଓ ଆନନ୍ଦ କୁମାର ବେହେରା ଙ୍କୁ ପଚାରିବାରୁ ଏନ୍ ଏ ସି ପକ୍ଷରୁ ଶ୍ୟାମଜି ରାଇସ ମିଲ ପାଖରେ ରାସ୍ତା ମରାମତି ହୋଇ ଥିବାରୁ ରାସ୍ତା ଉଚ୍ଚା ହୋଇ ଯାଇଛି ତେଣୁ ପାଣି ଆଗକୁ ନ ଯାଇ ହଷ୍ଟେଲ ଗେଟ ବାହାରେ ଜମି ରହୁଛି ଆମେ ଉକ୍ତ ବିଷୟ ଏନ୍ଏସି କାର୍ଯ୍ୟାଳୟ କୁ ଜଣାଇ ଦେଇଛୁ ଏନ୍ ଏ ସି ପକ୍ଷରୁ ମଧ୍ୟ ଯଥା ଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରିଛନ୍ତି।ଯାହାବି ହେଉ ଯଥା ଶୀଘ୍ର ବର୍ଷା ପାଣି କେମିତି ହଷ୍ଟେଲ ଭିତରକୁ ନ ଯାଇ ଡ୍ରେନ ପଟେ ଯିବ ସେହି ବ୍ୟବସ୍ଥା କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
1
Angry
0
Comments (0)