କେସିଙ୍ଗା ମହାବିଦ୍ୟାଳୟ ର ଛାତ୍ର ସଂସଦ ନିର୍ବାଚନ ବାତିଲ ( ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ କଲେଜ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ )
କେସିଙ୍ଗା,୧୪/୧୯(ସମିସ) କେସିଙ୍ଗା ମହାବିଦ୍ୟାଳୟ ର ଛାତ୍ର ସଂସଦ ନିର୍ବାଚନକୁ ନେଇ ଗତ ତିନି ଚାରି ଦିନ ଧରି ହେଉଥିବା ବାଦ ବିବାଦ କୁ କଲେଜ କର୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନ ମିଶି ନା ରହିବ ବାଉଁସ ନା ବାଜିବ ବଇଁଶୀ ଭଳି ଶେଷରେ କାହାର ଚାପରେ କେଜାଣି ନିର୍ବାଚନ କୁ ପୁରା ପୁରି ଭାବରେ ବାତିଲ କରି ଦିଆଯାଇଛି ଏ ନେଇ ସୋମବାର ବିଳମ୍ବିତ ରାତ୍ରରେ କଲେଜ ପକ୍ଷରୁ ଆଦେଶନାମା ବାହାରି ଯାଇଛି।ଆଦେଶ ନାମାରେ ଛାତ୍ର ଛାତ୍ରୀ ଙ୍କ ଅଶାନ୍ତି ଓ କଲେଜ କେମ୍ପସ ରେ ଆଇନ ଶୃଙ୍ଖଳା ବିଗିଡିବା ଆଶଙ୍କା କୁ ଦୃଷ୍ଟି ରେ ରଖି କଲେଜ ପରିଚାଳନା କମିଟି ର ସଭାପତି ତଥା ସବ କଲେକ୍ଟର ଭବାନୀପାଟଣା ଙ୍କ ନିର୍ଦ୍ଦେଶ ଅନୁଯାୟୀ କେସିଙ୍ଗା ମହାବିଦ୍ୟାଳୟ ର ୨୦୨୬-୨୭ ଛାତ୍ର ସଂସଦ ନିର୍ବାଚନ କୁ ବାତିଲ କରାଯାଇଛି ବୋଲି ଆଦେଶ ରେ ଉଲେକ୍ଷ ରହିଛି।ନିର୍ବାଚନ ବାତିଲ ଖବର ଜାଣିବା ପରେ କେସିଙ୍ଗା ଟାଉନ ବିଜେଡି ପକ୍ଷରୁ କଡା ପ୍ରତିକ୍ରିୟା ମିଳିଛି ଟାଉନ ସଭାପତି ନଳୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରେ ବିଜେଡି ସମର୍ଥିତ ପ୍ରାର୍ଥୀ ଙ୍କ ସୁନିଶ୍ଚିତ ବିଜୟ କୁ ଦେଖି ବିଜେପି ପକ୍ଷରୁ କଳ ବଳ କୌଶଳ ପ୍ରୟୋଗ କରି ନିର୍ବାଚନ କୁ ବାତିଲ କରି କେସିଙ୍ଗା ରେ ନିଜ ଇଜ୍ଜତ ବଞ୍ଚାଇବା ରେ ସଫଳ ହୋଇଛି ବୋଲି ପ୍ରକାଶ କରିଛନ୍ତି।ସେପଟେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି ମଙ୍ଗଳବାର ଦିନ ବିଜୁ ଛାତ୍ର ଜନତା ଦଳ ର ଛାତ୍ର ନେତା ଅନୁଭବ ପଟ୍ଟନାୟକ ଓ ତାଙ୍କ ସାଥୀ କଲେଜ ଗେଟ ସମ୍ମୁଖରେ ବିଜେପି ବିରୁଦ୍ଧରେ ନାରାବାଜି କରିବା ସହ ମହାବିଦ୍ୟାଳୟ ର କର୍ତ୍ତୃପକ୍ଷ ଙ୍କୁ ନିର୍ବାଚନ କାହିଁକି ବାତିଲ ହେଲା ତାହାର ଉତ୍ତର ମାଗିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)