ନବରାତ୍ରି ର ପଞ୍ଚମ ଦିନ ମାଁ ଦୂର୍ଗା ଙ୍କ ସ୍କନ୍ଦମାତା ରୂପ
କେସିଙ୍ଗା/କେସିଙ୍ଗା ସମାଚାର/୧୪/୧୦(ମଧୁସୂଦନ ଠାକୁର) ରବିବାର ଠୁ ଆରମ୍ଭ ହୋଇ ଥିବା ଦଶହରା ନବରାତ୍ର ର ପଞ୍ଚମ ଦିନରେ ମାଁ ଦୁର୍ଗା ଙ୍କ ସ୍କନ୍ଦମାତା ରୂପକୁ ପୂଜା କରାଯାଇ ଥାଏ ।ପୌରାଣିକ ଆଖ୍ୟାନ ଅନୁଯାୟୀ ଏହି ରୂପରେ ମାଁ ଙ୍କ ୪ ହାତ, ସାଙ୍ଗକୁ ଦୁଇ ହାତରେ ପଦ୍ମ କୋଳରେ ଭଗବାନ କାର୍ତ୍ତିକେୟ ବସିଥାନ୍ତି । ସିଂହ ବାହାନ,ଶୁଭ୍ର ବର୍ଣ୍ଣ, ପଦ୍ମାସନ ରେ ମାଁ ବସିଛନ୍ତି ବୋଲି ମାଁ ଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ। ଏହି ଦିନ ପୂଜା କଲେ ବୁଦ୍ଧି, ଜ୍ଞାନ,ସନ୍ତାନ ସୁଖ ଓ ମୋକ୍ଷ ପ୍ରାପ୍ତ ହୋଇଥାଏ। ମାଁ ସ୍କନ୍ଦମାତା ସୂର୍ଯ୍ୟ ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ଭକ୍ତର ସବୁ ଇଚ୍ଛା ପୂରଣ କରିଥାଆନ୍ତି। ବିଶେଷକରି ସନ୍ତାନ ପାଇଁ ଆଜିର ପୂଜା ବହୁତ ଫଳଦାୟକ ବୋଲି ମାନ୍ୟତା ରହିଛି।ଆଜି ମାଁ ଙ୍କୁ କଦଳୀ ଭୋଗ ଲାଗି ହୋଇଥାଏ। ** ଜୟ ମାଁ ସ୍କନ୍ଦମାତା **
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)