ନବରାତ୍ରି ର ଷଷ୍ଠ ଦିନ ମାଁ ଦୂର୍ଗା ଙ୍କ କାତ୍ୟାୟନୀ ରୂପ
କେସିଙ୍ଗା/କେସିଙ୍ଗା ସମାଚାର/୧୬/୧୦(ମଧୁସୂଦନ ଠାକୁର) ରବିବାର ଠୁ ଆରମ୍ଭ ହୋଇ ଥିବା ଦଶହରା ନବରାତ୍ର ର ଷଷ୍ଠ ଦିନରେ ମାଁ ଦୁର୍ଗା ଙ୍କ କାତ୍ୟାୟନୀ ରୂପକୁ ପୂଜା କରାଯାଇ ଥାଏ ।ପୌରାଣିକ ଆଖ୍ୟାନ ଅନୁଯାୟୀ ଏହି ରୂପରେ ମାଁ ଙ୍କ ୪ ହାତ, ସିଂହ ବାହାନ ଦୁଇ ହାତରେ ପଦ୍ମ ଓ ଖଡ୍ଗ ,ଅନ୍ୟ ଦୁଇ ହାତ ବର ଓ ଅଭୟ ମୁଦ୍ରା ରେ ରହିଥାଏ। ରଙ୍ଗ ସୁବର୍ଣ୍ଣ ପରି ଉଜ୍ଜ୍ୱଳ, ତେଜସ୍ୱନି ରୂପ।କାତ୍ୟାୟନ ଋଷି ଙ୍କ ଝିଅ ରୂପେ ଜନ୍ମ ନେଇଥିଲେ ବୋଲି ନାଆଁ କାତ୍ୟାୟନୀ । ମାଁ କାତ୍ୟାୟନୀ ହେଉଛନ୍ତି ଯୁଦ୍ଧର ଦେବୀ ମହିଷାସୁର କୁ ବଧ କରିଥିଲେ। ଏହି ଦିନପୁଜା କଲେ ବିବାହ ବାଧା ଦୂର ହେବା ସହିତ ଭଲ ବର ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି।ବ୍ରଜ ର ଗୋପୀ ମାନେ ଶ୍ରୀକୃଷ୍ଣ ଙ୍କୁ ପତି ରୂପେ ପାଇବା ପାଇଁ ମାଁ କାତ୍ୟାୟନୀ ଙ୍କୁ ପୂଜା କରିଥିବା ବର୍ଣ୍ଣିତ ଅଛି । ** ଜୟ ମାଁ କାତ୍ୟାୟନୀ **
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)