ନବମ ବର୍ଷରେ ବିରିଙ୍ଗପଦର ଦୁର୍ଗାପୂଜା ------+ ( ଆକର୍ଷଣୀୟ ତୋରଣ , ଆଲୋକ ସାଜସଜ୍ଜା ଓ ରାବଣ ପୋଡ଼ା ରେ ସରିଲା ଦୁର୍ଗାପୂଜା )
କେସିଙ୍ଗା/କେସିଙ୍ଗା ସମାଚାର ୨୩/୧୦(ମଧୁସୂଦନ ଠାକୁର) କଳାହାଣ୍ଡି ଜିଲ୍ଲାର ଧର୍ମନଗରୀ କେସିଙ୍ଗା ରେ ଚାରୋଟି ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିଲେ ମଧ୍ୟ ସ୍ଥାନୀୟ ବୋରିଙ୍ଗପଦର ଠାରେ ହେଉଥିବା ଦୂର୍ଗା ପୂଜା ରେ ଆକର୍ଷଣୀୟ ତୋରଣ ସାଂଗକୁ ଚିତ୍ତାକର୍ଷକ ଆଲୋକ ସାଜସଜ୍ଜା ଦେଖିବା ପାଇଁ ଜମୁ ଥିଲା ଭକ୍ତଙ୍କ ପ୍ରବଳ ଭିଡ଼। ୫ ଦିନ ଧରି ଅନୁଷ୍ଠିତ ହେଉଥିବା ଉକ୍ତ ପୂଜାରେ ରାତ୍ରି ସମୟରେ ପ୍ରତିଦିନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ନବମ ବର୍ଷରେ ପହଞ୍ଚିଛି ବୋରିଙ୍ଗପଦର ଦୁର୍ଗାପୂଜା।ଚଳିତ ବର୍ଷ ପୂଜା କମିଟିର ସଭାପତି ଭାବରେ ଅଭିଜ୍ଞ ଗୋବିନ୍ଦ ବନଛୋର ଦାଇତ୍ୱ ସମ୍ପାଦନ କରୁଥିବା ବେଳେ ସମ୍ପାଦକ ଭାବରେ ଚମ୍ପକ ସାହା, କୋଷାଧ୍ୟକ୍ଷ ଭାବରେ ସନ୍ତୋଷ ବନଛୋର, ସେହିପରି ଉପ ସଭାପତି ଭାବରେ ବିଶ୍ୱାସୀ ନାଏକ ଦାଇତ୍ୱ ସମ୍ପାଦନ କରିଥିଲେ।କର୍ତ୍ତା ଭାବରେ ବୃଷଭ ସାହା ଓ ତାଙ୍କର ଧର୍ମପତ୍ନୀ ଭାନୁପ୍ରୀୟା ସାହା ପୂଜାରେ ବସିଥିବା ବେଳେ ପୂଜକ ଭାବରେ ସରୋଜ ଦାସ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରକାଶ ବନଛୋର,ବସନ୍ତ ସାହୁ, ପିଣ୍ଟୁ ସାହା,ପ୍ରବୀଣ ସାହା,ଦିଲ୍ଲୀପ ସାହା,ପପୁ ଶିଖା ପ୍ରମୁଖ ଅନ୍ୟାନ୍ୟ ସହଯୋଗୀ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)