ନବରାତ୍ରି ର ନବମ ଦିନ ମାଁ ଦୂର୍ଗା ଙ୍କ ସିଦ୍ଧିଦାତ୍ରୀ ରୂପ
କେସିଙ୍ଗା/କେସିଙ୍ଗା ସମାଚାର/୧୮/୧୦(ମଧୁସୂଦନ ଠାକୁର) ରବିବାର ଠୁ ଆରମ୍ଭ ହୋଇ ଥିବା ଦଶହରା ନବରାତ୍ର ର ନବମ ଦିନରେ ମାଁ ଦୁର୍ଗା ଙ୍କ ସିଦ୍ଧିଦାତ୍ରୀ ରୂପକୁ ପୂଜା କରାଯାଇ ଥାଏ ।ପୌରାଣିକ ଆଖ୍ୟାନ ଅନୁଯାୟୀ ଏହି ରୂପରେ ମାଁ ଙ୍କ ୪ ହାତ ଡାହାଣ ହସ୍ତରେ ଗଦା ଓ ଚକ୍ର ବାମ ହସ୍ତରେ ଶଙ୍ଖ ଓ କମଳ ଧରି ପଦ୍ମ ଉପରେ ବସି ଲାଲ ବସ୍ତ୍ର ଓ ସୁନା ଅଳଙ୍କାର ରେ ସୁସଜ୍ଜିତ ହୋଇଥାନ୍ତି।ମୁଖ ମଣ୍ଡଳ ଅତି ପ୍ରସନ୍ନ ଓ ତେଜସ୍ଵୀ ଦେଖାଯାଉଥାଏ।ଆଜି ଦିନର ମହତ୍ତ୍ଵ ହେଲା ମାଁ ସମସ୍ତ ସିଦ୍ଧି ଦେବାର ଦେବୀ ଯୋଗ, ତପ,ବିଦ୍ୟା, ଧନ ,ମୋକ୍ଷ ସବୁ ମିଳିଥାଏ। ପୌରାଣିକ ପ୍ରମାଣ ମତେ ମାଁ ସିଦ୍ଧିଦାତ୍ରୀ ଶିବ ଙ୍କୁ ସିଦ୍ଧି ଦେଇଥିଲେ ସେଥିପାଇଁ ଶିବ ଅର୍ଦ୍ଧନାରୀଶ୍ୱର ହୋଇଥିଲେ। ଆଜି ନବଦୁର୍ଗା ଙ୍କ ଶେଷ ରୂପ ଏହି ଦିନ ପୂଜା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।କନ୍ୟା ପୂଜନ ଆଜି ବିଶେଷ ଫଳଦାୟୀ।ଆଜି ଭୋଗରେ ତିଳ, ପୁଆ, ଖିର ଓ ନଡ଼ିଆ ପ୍ରସାଦ ଲାଗିଥାଏ।ମାଁ ଙ୍କୁ ଆଜି ଲାଲ ଫୁଲ ଅର୍ପଣ କଲେ ସିଦ୍ଧି ମିଳେ * ଜୟ ମାଁ ସିଦ୍ଧିଦାତ୍ରୀ *
What's Your Reaction?
Like
1
Dislike
0
Love
1
Funny
0
Wow
0
Sad
0
Angry
0
Comments (0)