ନବରାତ୍ରି ର ଅଷ୍ଟମ ଦିନ ମାଁ ଦୂର୍ଗା ଙ୍କ ମହାଗୌରୀ ରୂପ
କେସିଙ୍ଗା/କେସିଙ୍ଗା ସମାଚାର/୧୮/୧୦(ମଧୁସୂଦନ ଠାକୁର) ରବିବାର ଠୁ ଆରମ୍ଭ ହୋଇ ଥିବା ଦଶହରା ନବରାତ୍ର ର ଅଷ୍ଟମ ଦିନରେ ମାଁ ଦୁର୍ଗା ଙ୍କ ମହାଗୌରୀ ରୂପକୁ ପୂଜା କରାଯାଇ ଥାଏ ।ପୌରାଣିକ ଆଖ୍ୟାନ ଅନୁଯାୟୀ ଏହି ରୂପରେ ମାଁ ଙ୍କ ୪ ହାତ ରେ ତ୍ରିଶୂଳ, ଡମ୍ବରୁ, ବର ଓ ଅଭୟ ମୁଦ୍ରା ଧରିଥାନ୍ତି ମାଁ ଗୋରା ଧବଳ ବର୍ଣ୍ଣ ସାଙ୍ଗକୁ ଶ୍ୱେତବସ୍ତ୍ର ପିନ୍ଧି ବୃଷଭ ଉପରେ ବସି ବହୁତ ଶାନ୍ତ ଓ ସୁନ୍ଦର ଦେଖା ଯାଆନ୍ତି ।ଆଜିର ମହତ୍ତ୍ଵ ହେଲା ମା ମହାଗୌରୀ ଗଙ୍ଗା ଜଳ ପରି ସମସ୍ତ ପାପ ଧୋଇ ପବିତ୍ର କରନ୍ତି।ବୈବାହିକ ଜୀବନରେ ସୁଖ, ସନ୍ତାନ ଖୁସି ଦିଅନ୍ତି।ଆଜି ମାଁ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୋଇ ଥାଏ ବୋଲି ମାନ୍ୟତା ରହିଛି।ଆଜି ମାଁ ଙ୍କୁ ନଡ଼ିଆ ଭୋଗ ଅର୍ପଣ କରାଯାଏ । * ଜୟ ମାଁ ମହାଗୌରୀ *
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)