ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ତୃତୀୟ ଅଭିଭାବକ-ଶିକ୍ଷକ ଓ ଏସ୍‌ଏମ୍‌ସି ବୈଠକ ଅନୁଷ୍ଠିତ

Oct 15, 2026 - 15:33
0 84
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ତୃତୀୟ ଅଭିଭାବକ-ଶିକ୍ଷକ ଓ ଏସ୍‌ଏମ୍‌ସି ବୈଠକ ଅନୁଷ୍ଠିତ

କେସିଙ୍ଗା/ କେସିଙ୍ଗା ସମାଚାର/ ୧୫/୧୦(ମଧୁସୂଦନ ଠାକୁର)କେସିଙ୍ଗା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ତୃତୀୟ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି (ଏସ୍‌ଏମ୍‌ସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଶିକ୍ଷା ବିଭାଗର ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ହେମସାଗର ମହାନନ୍ଦ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରୋହିତ କୁମାର ସାହୁ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ବୈଠକରେ ଅଧ୍ୟକ୍ଷତା କରିବା ସହ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ ଓ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶିବ ପ୍ରସାଦ ସାହୁ ଓ ଉପାଧ୍ୟକ୍ଷା ସବିତା ସାହା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷକ ଜି. କ୍ରିଷ୍ଣା ରେଡ୍ଡୀ କାର୍ଯ୍ୟକ୍ରମର ସଂଯୋଜନା କରିଥଲେ। ବୈଠକରେ ସମଗ୍ର ଶିକ୍ଷା ଯୋଜନାର କାର୍ଯ୍ୟକାରିତା, ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା, ସୁରକ୍ଷା ମୂଳକ ବ୍ୟବସ୍ଥାର ଗୁରୁତ୍ୱ, ଶିଶୁ ଶ୍ରମ ନିରାକରଣ ରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା, ନିଶା ମୁକ୍ତି ଅଭିଯାନ ଏବଂ ବିକଶିତ ଭାରତ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ସମ୍ମେଟିଭ୍ ଆସେସମେଣ୍ଟ–୧ ର ଫଳାଫଳ ଅଭିଭାବକମାନଙ୍କ ସହ ଆଦାନପ୍ରଦାନ କରାଯାଇ ଛାତ୍ରୀମାନଙ୍କ ଶୈକ୍ଷିକ ଅଗ୍ରଗତି ଓ ଉନ୍ନତି ପାଇଁ ଶିକ୍ଷକ-ଅଭିଭାବକଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା ବିଦ୍ୟାଳୟରେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ଋତୁସ୍ରାବଜନିତ ସ୍ୱଚ୍ଛତା ପରିଚାଳନା ନିମନ୍ତେ ଇନ୍‌ସିନେରେଟର୍‌ ସୁବିଧା ଏବଂ ସାନିଟାରି ନ୍ୟାପ୍‌କିନ୍‌ ଭେଣ୍ଡିଂ ମେସିନ୍‌ର ଉପଯୋଗିତା ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା। ଏହି ସୁବିଧାଗୁଡ଼ିକର ସଠିକ୍‌ ବ୍ୟବହାର ଓ ରକ୍ଷଣାବେକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା ଉପରେ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ଶିକ୍ଷକ ଅର୍ତ୍ତତ୍ରାଣ ଷଡ଼ଙ୍ଗୀ, ନିପେନ୍ଦ୍ର ବାଗ, ମୋନାଲିସା ନାୟକ, କୁନା ସେଠୀ, ସୁଶାନ୍ତ କୁମାର ମେହେର, ହରିପ୍ରିୟା ରାୟ, ଅନୁରାଧା ସାହା, ମାନସୀ ନାୟକ, କହ୍ନେଇଲାଲ ସାହୁ ଓ ରାହୁଲ ମାଝୀ ବିଭିନ୍ନ ଆଲୋଚନା ଓ ସଚେତନତାମୂଳକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏହି ବୈଠକ ମାଧ୍ୟମରେ ବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧି, ଛାତ୍ରୀମାନଙ୍କ ସୁରକ୍ଷା ଓ ସର୍ବାଙ୍ଗୀଣ ବିକାଶ ସହିତ ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ବୈଠକରେ ସମଗ୍ର ଶିକ୍ଷା ଯୋଜନାର କାର୍ଯ୍ୟକାରିତା, ବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା, ସୁରକ୍ଷା ମୂଳକ ବ୍ୟବସ୍ଥାର ଗୁରୁତ୍ୱ, ଶିଶୁ ଶ୍ରମ ନିରାକରଣ ରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା, ନିଶାମୁକ୍ତି ଅଭିଯାନ ଏବଂ ବିକଶିତ ଭାରତ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଛାତ୍ରୀମାନଙ୍କ ଶୈକ୍ଷିକ ଅଗ୍ରଗତି ଓ ଉନ୍ନତି ପାଇଁ ଶିକ୍ଷକ-ଅଭିଭାବକଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇ ଥିଲା।ଏହି ବୈଠକ ମାଧ୍ୟମରେ ବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧି, ଛାତ୍ରୀମାନଙ୍କ ସୁରକ୍ଷା ଓ ସର୍ବାଙ୍ଗୀଣ ବିକାଶ ସହିତ ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User