ନୂତନ ୟୁଜିସି ଆଇନ ପ୍ରତ୍ୟାହାର ପାଇଁ କେସିଙ୍ଗା ବ୍ରାହ୍ମଣ ସମାଜ ପକ୍ଷରୁ ବିଡ଼ିଓ ଙ୍କ ଜରିଆରେ ରାଷ୍ଟ୍ରପତି ଏବଂ ସୁପ୍ରିମକୋର୍ଟ ର ମୁଖ୍ୟ ବିଚାରପତି ଙ୍କୁ ଦାବିପତ୍ର ପ୍ରଦାନ
କେସିଙ୍ଗା/ କେସିଙ୍ଗା ସମାଚାର ୪/୧୧(ମଧୁସୂଦନ ଠାକୁର) କେନ୍ଦ୍ର ସରକାରଙ୍କ ଦ୍ୱାରା ସାରା ଦେଶ ପାଇଁ ଅଣାଯାଇଥିବା ୟୁଜିସି ବିଲ କୁ ସାରା ଦେଶରେ ପ୍ରବଳ ବିରୋଧ ହେଉଥିବା ଦେଖିବାକୁ ମିଳୁଛି କାରଣ ଉକ୍ତ ନୂତନ ୟୁଜିସି ବିଲ ଦ୍ଵାରା ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବା ସହ ଶିକ୍ଷା କ୍ଷେତ୍ର ରେ ସମାନତା ଆସି ପାରିବ ନାହିଁ କିନ୍ତୁ ଶିକ୍ଷାନୁଷ୍ଠାନ ପରିସରରେ ସ୍ବଚ୍ଛତା ବୃଦ୍ଧି ନାମରେ କରାଯାଇଥିବା ଆଇନ ରେ ତ୍ରୁଟି ପରିଲକ୍ଷିତ ହେଉଛି ବୋଲି ମାନ୍ୟବର ସୁପ୍ରିମକୋର୍ଟ ଟିପ୍ସଣି କରିବା ପରେ ୟୁଜିସି ବିଲ ବିରୁଦ୍ଧରେ ଦେଶ ରେ ବିରୋଧ ପରିଲକ୍ଷିତ ହେଉଛି। ଏହି ମର୍ମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ରାହ୍ମଣ ସମାଜ ପକ୍ଷରୁ ମଧ୍ୟ ଉକ୍ତ ନୂତନ ୟୁଜିସି ବିଲ କୁ ପ୍ରବଳ ବିରୋଧ କରି ମଙ୍ଗଳବାର ଦିନ ସମାଜର ସଭାପତି ପ୍ରଦୀପ କୁମାର ରଥ ଙ୍କ ନେତୃତ୍ୱରେ ଏକ ବ୍ରାହ୍ମଣ ପ୍ରତିନିଧି ଦଳ କେସିଙ୍ଗା ବ୍ଲକ କୁ ଯାଇ ଗୋଷ୍ଠୀଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ ଙ୍କ ଜରିଆରେ ୟୁଜିସି ବିଲ ବାତିଲ କରିବା ଏବଂ ଦେଶର ରାଷ୍ଟ୍ରପତି। ଓ ସୁପ୍ରିମକୋର୍ଟ ର ମୁଖ୍ୟ ବିଚାରପତି ଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ବ୍ରାହ୍ମଣ ସମାଜ ପ୍ରତିନିଧି ଦଳରେ ଅନ୍ୟ ମାନଙ୍କ ମଧ୍ୟରେ ଲଳିତ ଶର୍ମା, ଜଗଦୀଶ ଷଡଙ୍ଗୀ, ରୁବୀ ଚୌଧୁରୀ, ବଦ୍ରିନାଥ ନନ୍ଦ, ଅଶୋକ ମହାପାତ୍ର,ବିଜୟ ପାଢ଼ୀ , ସିଦ୍ଧେଶ୍ୱର ମିଶ୍ର ଓ ରଞ୍ଜନ କୁମାର ପାଢ଼ୀ ଙ୍କ ସମେତ ବ୍ରାହ୍ମଣ ସମାଜ ର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)