ମ ରାମପୁର ପୋଲିସ କୁ ବଡ଼ ସଫଳତା ( ୨୦୮୦ କେଜି ଗଞ୍ଜେଇ ସହିତ ୪ ଅଭିଯୁକ୍ତ ଗିରଫ)
କେସିଙ୍ଗା/କେସିଙ୍ଗା ସମାଚାର ୦୫/୯(ମଧୁସୂଦନ ଠାକୁର)କଳାହାଣ୍ଡି ଜିଲ୍ଲା ମ. ରାମପୁର ପୋଲିସ କୁ ମିଳିଛି ବଡ଼ ସଫଳତା ୨୦୮୦ କେଜି ଗଞ୍ଜେଇ ସହ ୪ ଅଭିଯୁକ୍ତ ଙ୍କୁ ଗିରଫ କରିଛି ମ ରାମପୁର ପୋଲିସ।ପ୍ରାପ୍ତ ସୂଚନା ଅନୁଯାୟୀ କୌଣସି ବିଶେଷ ସୂତ୍ର ରୁ ଖବର ପାଇ ମ ରାମପୁର ଥାନା ଅଧିକାରୀ ଙ୍କ ନେତୃତ୍ୱରେ ମ. ରାମପୁର ଥାନା ମୋହନଗିରି ପାଖ ଜାମୁଲି ଗ୍ରାମ ନିକଟ ଜଙ୍ଗଲ ରେ ଚଢ଼ାଉକରି ପୋଲିସ ଉକ୍ତ ଜଙ୍ଗଲରୁ ୧୬୦ ବସ୍ତା ଗଞ୍ଜେଇ ଯାହା ୨୦୮୦ କେଜି ବୋଲି ସ୍ପଷ୍ଟ ହୋଇଛି ଏବଂ ଉକ୍ତ ଚୋରା ଗଞ୍ଜେଇ କାରବାରରେ ଲିପ୍ତ ୪ ଜଣ ଅଭିଯୁକ୍ତ ଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ମ ରାମପୁର ଥାନା ଯାମୁଲି ଗ୍ରାମର ଗାଲାନା ମାଝୀ(୩୫) ଓ କିଜୁ ମାଝୀ(୬୨), ଦେଡସୁଲି ଗ୍ରାମର ନାଇବା ହରିଜନ(୨୮) ଓ ଜୀମେନ୍ଦ୍ର ହରିଜନ (୫୭) ବୋଲି ସ୍ପଷ୍ଟ କରିଛି। ଚୋରା ଗଞ୍ଜେଇ ଚୋରା ଚାଲାଣ କାରୀ ଙ୍କୁ NDPS ଆଇନ ଅନୁଯାୟୀ ମ .ରାମପୁର ପି ଏସ କେସ ନଂ ୨୨୧/ ୨୦୨୬ ରେ କେସ ପଞ୍ଜୀକୃତ କରି ଅଭିଯୋଗକାରୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)