ଦୁଇ ବର୍ଷ ପରେ ଚୋରି ହୋଇଥିବା ଘରୁ ପୁଣିଥରେ ଚୋରି ( ଅସୁରକ୍ଷିତ ମଣୁଛନ୍ତି ସହର ବାସୀ) ( ପୋଲିସ ର ରାତ୍ରି ପେଟ୍ରୋଲିଂ ଉପରେ ଉପରେ ପ୍ରଶ୍ନବାଚୀ?)

Aug 10, 2026 - 14:23
0 4
ଦୁଇ ବର୍ଷ ପରେ ଚୋରି ହୋଇଥିବା ଘରୁ ପୁଣିଥରେ ଚୋରି ( ଅସୁରକ୍ଷିତ ମଣୁଛନ୍ତି ସହର ବାସୀ) ( ପୋଲିସ ର ରାତ୍ରି ପେଟ୍ରୋଲିଂ ଉପରେ ଉପରେ ପ୍ରଶ୍ନବାଚୀ?)

କେସିଙ୍ଗା ସମାଚାର: ୧୦/୮(ମଧୁସୂଦନ ଠାକୁର)ଦିନକୁ ଦିନ କେସିଙ୍ଗା ସହରରେ ଚୋରି ଡ଼କାୟତି ବଢୁଥିବା ବେଳେ ଅସୁରକ୍ଷିତ ମଣୁଛନ୍ତି ସହର ବାସୀ ୧୫ ଦିନ ତଳେ କେସିଙ୍ଗା ୱାର୍ଡ ନଂ ୩ ର ଜଣେ ବ୍ୟବସାୟୀ ଙ୍କ ଘରୁ ବଡଧରଣର ଚୋରି ହୋଇଥିବା ବେଳେ ସୋମବାର ସକାଳୁ କେସିଙ୍ଗା ଜଗନ୍ନାଥ ପଡାରେ ଥିବା ଅବସରପ୍ରାପ୍ତ ବାୟୁ ସେନା ର ଏକାଉଣ୍ଟ ଅଫିସର ଯୁଗଳ ଅଗ୍ରୱାଲ ଙ୍କ ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଏଠାରେ ପ୍ରକାଶ ଥାଉକି ଜଗନ୍ନାଥ ପଡ଼ା ରେ ଚୋରି ହୋଇଥିବା ଉକ୍ତ ଘରେ ପ୍ରାୟ ୨ ବର୍ଷ ତଳେ ଘର ମାଲିକ ସୁବାସ ଅଗ୍ରୱାଲ ରହୁଥିବା ବେଳେ ପ୍ରଥମେ ଚୋରି ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ପୋଲିସ ର ତଦନ୍ତ ପରେ ଘରର ଚାକରାଣୀ ଏହାର ମାଷ୍ଟରମାଇଣ୍ଡ ଥିଲା ପୋଲିସ ସେହି ଚୋର ଗ୍ୟାଙ୍ଗ କୁ ଧରିବାରେ ସଫଳତା ପାଇଥିଲା।ହେଲେ ଚୋରି ପରେ ପରେ ଘର ମାଲିକ ସୁବାଷ ଅଗ୍ରୱାଲ ନିଜ ପରିବାର ସହ ରାୟପୁର ସିଫ୍ଟ କରି କେସିଙ୍ଗା ର ଘରକୁ ଶ୍ରୀ ଅଗ୍ରୱାଲ ଙ୍କୁ ଭଡ଼ା ସୂତ୍ରରେ ଦେଇଥିଲେ।ହେଲେ ଉକ୍ତ ଭଡାଦାର ଗତ ସୋମବାର ଦିନ ସପରିବାର ବାବା ଧାମ ଯାଇଥିବା ବେଳେ ଚୋର ମାନେ ଉକ୍ତ ଘରକୁ ଆଉଥରେ ଟାର୍ଗେଟ କରି ଚୋରି କରିଛନ୍ତି।ଶ୍ରୀ ଅଗ୍ରୱାଲ ଗତକାଲି ରବିବାର ରାତିରେ କେସିଙ୍ଗା ପହଞ୍ଚିବା ପରେ ଘରର ପଛ ପଟ କବାଟ ଭାଙ୍ଗି ଥିବା ଦେଖି ସଙ୍ଗେ ସଙ୍ଗେ ପୋଲିସ କୁ ଫୋନ୍ କରିଥିଲେ ପରେ ରାତିରେ ହିଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସକାଳ ୯ ଟାରେ ସନ୍ଧାନୀ କୁକୁର ଆସି ଘର ଚାରି ପାଖରେ ଓ କିଛି ଦୂର ପର୍ଯ୍ୟନ୍ତ ଯାଇ ଫେରୁଥିଲା।ଶ୍ରୀ ଅଗ୍ରୱାଲ ଙ୍କ କହିବା ଅନୁସାରେ ତାଙ୍କ ଘରୁ ପ୍ରାୟ ୪ ରୁ ୫ ଲକ୍ଷ ଟଙ୍କା ନଗଦ , ସୁନା ହାରାହାରି ୧୫ ଗ୍ରାମ ଓ ରୂପା ନୂଆ ପୁରୁଣା ଅଳଙ୍କାର ମିଶି ପ୍ରାୟ ୩୦୦ ଶହ ଗ୍ରାମ ଚୋର ମାନେ ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଦିନକୁ ଦିନ ସହରରେ ଚୋରି ଡ଼କାୟତି ବଢୁଥିବା ବେଳେ ପୋଲିସ ର ରାତ୍ରି ପେଟ୍ରୋଲିଂ ଉପରେ ପ୍ରଶ୍ନ ଉଠାଇଛନ୍ତି ସହରବାସୀ।କାରଣ ତିନି ସପ୍ତାହ ବ୍ୟବଧାନରେ କେସିଙ୍ଗା ସହର ମଧ୍ୟ ରେ ଏହା ଦ୍ୱିତୀୟ ଚୋରି ଘଟଣା।ଆମେ ଉକ୍ତ ବିଷୟ ଉପରେ କେସିଙ୍ଗା ଥାନା ଅଧିକାରୀ ଙ୍କୁ ପଚାରିବାରୁ ତଦନ୍ତ ଜୋର୍ ସୋର୍ ରେ ଚାଲିଛି ବହୁତ ଶୀଘ୍ର ଚୋରି ଘଟାଇଥିବା ଚୋର ମାନଙ୍କୁ ପୋଲିସ ଧରିବ ବୋଲି ପ୍ରକାଶ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User