ଅଣ୍ଡର ବ୍ରିଜତଳେ ଅଧିକପାଣି ଥିଲେ ରାସ୍ତା ପାରିନହେବା ପାଇଁ ସାବଧାନ କରାଇ ରାସ୍ତା ମରାମତି ପାଇଁ ଭୁଲିଗଲା ରେଳବିଭାଗ
କେସିଙ୍ଗା ସମାଚାର ୯/୮( ମଧୁସୂଦନ ଠାକୁର) ଗତ ଜୁଲାଇ ମାସ ୩୦ ତାରିଖ ରେ ତେଲ ନଦୀ ରେ ହୋଇଥିବା ବନ୍ୟା ଯୋଗୁଁ କେସିଙ୍ଗା ଅଣ୍ଡର ବ୍ରିଜ ସମେତ ପାଖ ରେ ଥିବା ଅମ୍ବେ ମନ୍ଦିରପଡ଼ା ପ୍ରାୟ ୧୦ ରୁ ୧୨ ଘଣ୍ଟା ପାଣିରେ ବୁଡି ରହିଥିଲା।୩୦ ତାରିଖ ଦିନ ଭୋର ୩ ଟା ସମୟରୁ ସନ୍ଧ୍ୟା ପ୍ରାୟ ୫ ଟା ପର୍ଯ୍ୟନ୍ତ ପ୍ରାୟ ୧୨ ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ ରେଳ ଅଣ୍ଡର ବ୍ରିଜ ତଳେ ପ୍ରାୟ ୫ ଫୁଟ ପାଣି ଯାଉଥିଲା ଫଳରେ ରାସ୍ତା ଜାମ ହେବା ସହିତ ଟ୍ରାଫିକ ରେ ନାହିଁ ନ ଥିବା ସମସ୍ୟା ଉପୁଜି ଥିଲା। ହେଲେ ବନ୍ୟା ର ପରଦିନ ଦେଖିଲା ବେଳକୁ ଅଣ୍ଡର ବ୍ରିଜ ତଳେ ପାଣି ତ ନଥିଲା ନଥିଲା ତା ସଙ୍ଗେସଙ୍ଗେ ଅଣ୍ଡର ବ୍ରିଜ ତଳ ରାସ୍ତା ମଧ୍ୟ ନଥିଲା କହିଲେ ଅତ୍ୟୁକ୍ତି ହେବନାହିଁ କାରଣ ଅଣ୍ଡର ବ୍ରିଜ ତଳେ ନିର୍ମାଣ ହୋଇଥିବା ରାସ୍ତା ର ପିଚୁ ଓ ମେଟାଲ ପାଣି ସହିତ ଭାସି ଯାଇ ରାସ୍ତା ଅବ୍ୟବସ୍ଥା ହୋଇ ଯାଇଥିଲା।ଯାହାକି ଆଜକୁ ୧୦ ଦିନ ହେଲାଣି ମରାମତି ହୋଇ ନାହିଁ। ଅଣ୍ଡର ବ୍ରିଜ ତଳେ ପାଣି ଦେଖି ବନ୍ୟା ପରେ ଦୁଇ ଦିନ ମଧ୍ୟରେ ରେଳ ବିଭାଗ ପକ୍ଷରୁ ବ୍ରିଜ କାନ୍ଥରେ ଜନସାଧାରଣ ଙ୍କ ପାଇଁ ବ୍ରିଜ ତଳେ କେତେ ଫୁଟ ପାଣି ଥିଲେ ପାରିହେବେ ଓ କେତେ ଫୁଟ ପାଣି ଥିଲେ ପାରି ହେବେନାହିଁ ସେ ବିଷୟରେ ଲେଖି ଲୋକଙ୍କୁ ସାବଧାନ କରିଛି ଯାହାକି ସ୍ଵାଗତ ଯୋଗ୍ୟ ପଦକ୍ଷେପ ହେଲେ ଖରାପ ହୋଇଥିବା ଉକ୍ତ ଅଣ୍ଡର ବ୍ରିଜ ତଳ ରାସ୍ତା ମରାମତି ପାଇଁ ଭୁଲିଗଲା ରେଳ ବିଭାଗ। ଦିନକୁ ଦିନ ଗାଡ଼ି ମଟର ଚାଲି ଚାଲି ରାସ୍ତା ଆହୁରି ଖରାପ ହେବାରେ ଲାଗିଛି ହେଲେ ରେଳ ବିଭାଗ ଆଜି ପର୍ଯ୍ୟନ୍ତ ଚୁପ ଚାପ ବସି ରହିଛି।ଯଥା ଶୀଘ୍ର ଅଣ୍ଡର ବ୍ରିଜ ତଳ ରାସ୍ତା ମରାମତି କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)