ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ଟିଟିଲାଗଡ଼ ଠାରେ ଦକ୍ଷିଣ- ପଶ୍ଚିମ ସମ୍ଭାଗସ୍ତରୀୟ ସଙ୍ଗୀତ କେନ୍ଦ୍ରର ଉଦ୍ଘାଟନ
କେସିଙ୍ଗା ସମାଚାର ୯/୮ ( ମଧୁସୂଦନ ଠାକୁର) ତା: ୯.୮: ଦିନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଟିଟିଲାଗଡ଼ ଠାରେ ଗୁରୁଜୀ ସୋହନ ମାଝୀ ଙ୍କ ଅଧ୍ୟକ୍ଷତାରେ ଦକ୍ଷିଣ-ପଶ୍ଚିମ ସମ୍ଭାଗ ସ୍ତରୀୟ ସଙ୍ଗୀତ କେନ୍ଦ୍ର ଉଦ୍ଘାଟନ କାର୍ଯ୍ୟକର୍ମ ଆରମ୍ଭ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ପଙ୍କଜ ଜାଳ ଅଂଶ ଗ୍ରହଣ କରି ଶିଶୁ ମାନଙ୍କୁ ଜୀବନରେ ସଙ୍ଗୀତ ଶିକ୍ଷା ର ଆବଶ୍ୟକତା ବିଷୟରେ କହିଥିଲେ । ଏହି ଅବସରେ ପ୍ରାନ୍ତ ସଙ୍ଗୀତ ସଂଯୋଜକ ଜିତେନ୍ଦ୍ର ପଣ୍ଡା ଯୋଗ ଦେଇ ସଙ୍ଗୀତ ଶିଶୁର ମାନସିକ ପରିବର୍ତ୍ତନ ଓ ମନରେ ସ୍ଥିରତା ଆଣିବାରେ ସହାୟକ ହୁଏ ବୋଲି ଉଦ୍ଦେଶ୍ୟ କଥନ ରେ କହିଥିଲେ । ବିଦ୍ୟାଳୟର ସଭାପତି ଜ୍ୟୋତିପ୍ରକାଶ ଗଡ଼ତ୍ୟା ଶିଶୁ ମାନଙ୍କୁ ସଙ୍ଗୀତ ଜୀବନ କୁ କିପରି ଆନନ୍ଦ ଉଲ୍ଲାସରେ ଭରିଦେଇ ଥାଏ, ସେ ବିଷୟରେ କହିଥିଲେ । ପରିଚାଳନା ସମିତର ସମ୍ପାଦକ ଶ୍ରୀ ଡମ୍ବରୁଧର କର୍ମୀ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ବରିଷ୍ଠ ଗୁରୁମା ରଞ୍ଜିତା ମିଶ୍ରଙ୍କ ଦ୍ୱାରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶିଶୁ ଭାଇଭଉଣୀ ମାନଙ୍କ ଦ୍ୱାରା ମଞ୍ଚପରିଚାଳନା କରାଯାଇଥିଲା । ଶେଷରେ ସମସ୍ତ ଶିଶୁ ଭାଇ ଭଉଣୀ, ଗୁରୁଜୀ ଗୁରୁମା , ସେବକ ସେବିକା ଓ ପରିଚାଳନା ସମିତି ର ସହୋଯୋଗ ଦ୍ୱାରା କାର୍ଯ୍ୟକ୍ରମ ସଫଳତାସହ ଶେଷ ହୋଇଥିଲା ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)