କାଲିଠୁ କେସିଙ୍ଗା ଗଜଲକ୍ଷ୍ମୀ ପୂଜା ----- ( ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି)
କେସିଙ୍ଗା/କେସିଙ୍ଗା ସମାଚାର୨୪/୧୦(ମଧୁସୂଦନ ଠାକୁର) ଗଜଲକ୍ଷ୍ମୀ ପୂଜା କମିଟି କେସିଙ୍ଗା ଜଗନ୍ନାଥ ପଡା ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ସମାରୋହରେ ୪୬ ତମ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇ ଯାଇଛି।୨୫ ତାରିଖ ରବିବାର ଠାରୁ ଆରମ୍ଭ ହେବାକୁ ଥିବା ଉକ୍ତ ପୂଜା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୮ ଦିନ ଧରି ଜଗନ୍ନାଥ ମନ୍ଦିର ପରିସରରେ ଥିବା ପଡିଆ ରେ ଅନୁଷ୍ଠିତ ହେବ।ପ୍ରତିଦିନ ସନ୍ଧ୍ୟା ୭ ଘଣ୍ଟା ପରଠାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।୨ ତାରିଖ ସୋମବାର ଦିନ ମାଁ ଧନଧାତ୍ରୀ ଙ୍କୁ ବିଦାୟ ଦିଆଯିବ।ଆକର୍ଷଣୀୟ ରାଜସ୍ଥାନ ପେଲେସ ସଦୃଶ୍ୟ ତୋରଣ ସହିତ ଆଲୋକ ସାଜସଜ୍ଜା ଚମତ୍କାର ଦେଖାଯାଉଥିବା ବେଳେ ୨୫ ତାରିଖକୁ ଭକ୍ତ ଚାହିଁ ରହିଛନ୍ତି।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)