୧୭ ତାରିଖ ଶନିବାର ଦିନ କେସିଙ୍ଗା ର ଅଧିଷ୍ଠାତ୍ରୀ ବୁଢ଼ା ଡଙ୍ଗର ବୁଢ଼ାରଜା ଙ୍କ ଦଶହରା
କେସିଙ୍ଗା/ କେସିଙ୍ଗା ସମାଚାର ୧୪/୧୦(ମଧୁସୂଦନ ଠାକୁର) ଦେଶ ସାରା ରବିବାର ଦିନ ଠାରୁ ଦଶହରା ର ଧୁମ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ମଧ୍ୟ ନବରାତ୍ରି ର ଧୁମ ଦିନକୁ ଦିନ ଜମିବାରେ ଲାଗିଛି।କେସିଙ୍ଗା ରେ ମାଁ ଅମ୍ବେ ମନ୍ଦିର, ବଜାର ମଧ୍ୟରେ ଥିବା ଗୌରୀ ଶଙ୍କର ମନ୍ଦିର ଓ ସାର୍ବଜନୀନ ଦୁର୍ଗା ପୂଜା ରେ ନବରାତ୍ରି ପାଳନ ହେଉଥିବା ବେଳେ ସ୍ଥାନୀୟ ବୋରିଙ୍ଗପଦର ଠାରେ ୫ ଦିନ ପୂଜା ହୋଇ ଥାଏ। ଇତି ମଧ୍ୟରେ କେସିଙ୍ଗା ର ଅଧିଷ୍ଠାତ୍ରୀ ଦେବତା ପ୍ରଭୁ ବୁଢ଼ାଡଙ୍ଗର ବୁଢ଼ାରଜା ଙ୍କ ଦଶହରା ଚଳିତ ୧୭ ତାରିଖ ଶନିବାର ଦିନ ପାଳନ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଘୋଷଣା କରାଯାଇ କାର୍ଯ୍ୟ ସୂଚୀ ପ୍ରସ୍ତୁତ ହୋଇଛି।କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ଦିନ ସକାଳ ୭ ଘଣ୍ଟା ସମୟରେ ଝାପି ଅବରୋହଣ ୭.୩୦ ମିନିଟ୍ ସମୟରେ ଦେବତା ମାନଙ୍କୁ ଆବାହନ ସକାଳ ୯ ଘଣ୍ଟା ସମୟରେ ସାନ ପଡା ଧରଣୀ ଗୁଡ଼ି ନିକଟରେ ପ୍ରଭୁ ବୁଢ଼ାରଜା , ମାଁ ଦୁଆରସନୀ ଏବଂ ଜେନାବୁଢ଼ା ଙ୍କ ସର୍ବ ସାଧାରଣ ଙ୍କୁ ଦର୍ଶନ କାର୍ଯ୍ୟକ୍ରମ ରହିଛି।ସେହିପରି ସନ୍ଧ୍ୟା ୬.୩୦ ମିନିଟ୍ ରେ ବୁଢ଼ା ଡଙ୍ଗର ବୁଢ଼ାରଜା ମନ୍ଦିରରେ ଠାକୁର ଙ୍କୁ ପୂଜାର୍ଚ୍ଚନା ଏବଂ ଦୁଃଖ ଜଣାଣ କାର୍ଯ୍ୟକ୍ରମ ରହିଛି। ପ୍ରତିବର୍ଷ ଅନେକ ଭିଡ଼ ପରିଲକ୍ଷିତ ହେଉଥିବାରୁ ମନ୍ଦିର କମିଟି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)