ତପୋବନ ଏକାଡେମୀ ରେ ଶିଶୁ ଦିବସ ପାଳନ
କେସିଙ୍ଗା/କେସିଙ୍ଗା ସମାଚାର,୧୪/୧୧(ମଧୁସୂଦନ ଠାକୁର )ତପୋବନ ଏକାଡେମୀ ସିରୋଳ ଟିଟିଲାଗଡରେ ଶିଶୁଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବରେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଜାତୀୟ ପୁରସ୍କାର ପ୍ରାପ୍ତ ଯୁଗଳ କିଶୋର ଷଡଙ୍ଗୀ ଓ ସାହିତ୍ଯ ସଂସ୍କୃତି ଅନୁଷ୍ଠାନର ସଭାପତି ଜ୍ୟୋତିପ୍ରକାଶ ଗଡତ୍ୟା ଯଥାକ୍ରମେ ମୁଖ୍ଯ ଅତିଥି ଓ ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇଥିଲେ । ତପୋବନ ଏକାଡେମୀର ଅଧ୍ୟକ୍ଷା ତପସ୍ୱିନୀ ଦାଶ ସଭାକୁ ଅଧ୍ୟକ୍ଷତା କରିଥିଲାବେଳେ ପ୍ରତିଷ୍ଠାତା ଗଜାନନ ମିଶ୍ର ତପୋବନ ଏକାଡେମୀର ଉଦ୍ଦେଶ୍ଯ ଓ ଲକ୍ଷ୍ୟ ବିଷୟରେ ଧାରଣା ଦେଇଥିଲେ। ଶିକ୍ଷୟତ୍ରୀ ସ୍ମିତା ପଣ୍ଡା ପରିଚାଳନା କରିଥିଲେ। ତପୋବନ ଏକାଡେମୀର କର୍ଣଧାର ତଥା ପ୍ରଥମ ନିର୍ଦେଶକ ସୁମନ ମିଶ୍ର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବିଷୟରେ ଅନେକ ନୂତନ ତଥ୍ଯ ଦେଇ ସାଂପ୍ରତିକ ପରିସ୍ଥିତିର ମୂଲ୍ଯାଙ୍କନ କରିଥିଲେ। ଶ୍ରୀଯୁକ୍ତ ଯୁଗଳ କିଶୋର ଷଡଙ୍ଗୀ ସ୍ୱରଚିତ ପୁସ୍ତକ ତପୋବନ ଏକାଡେମୀକୁ ଦାନ କରି ଆଜିର ଶିଶୁ ଆସନ୍ତାକାଲିର ନାଗରିକ କହି ଛାତ୍ର ଛାତ୍ରୀଙ୍କୁ ଉଦାହରଣ ମାଧ୍ୟମରେ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଶ୍ରୀଯୁକ୍ତ ଗଡତିଆ ଅନେକ ନୂତନ ତଥ୍ଯ ଉପସ୍ଥାପନ କରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)