ସଫେଇ ସୁପରଭାଇଜର ଗଦାଧର ସିଂଦେଓ ଙ୍କୁ ସମ୍ମାନିତ କଲା ସାମ୍ବାଦିକ ମହାସଂଘ
କେସିଙ୍ଗା/ କେସିଙ୍ଗା ସମାଚାର ୧୮/୧୧(ମଧୁସୂଦନ ଠାକୁର) ନଭେମ୍ବର ୧୬ ଜାତୀୟ ପ୍ରେସ ଦିବସ ଅବସରରେ କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଅଞ୍ଚଳର ତିନି ଜଣ ଯୋଗ୍ୟ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରି କେସିଙ୍ଗା ରେ ପ୍ରଶଂସା ସାଉଁଟୁ ଥିବା ବେଳେ ତିନି ଜଣ ସମ୍ମାନିତ ବ୍ୟକ୍ତି ମାନଙ୍କ ମଧ୍ୟରେ ଅଛନ୍ତି କେସିଙ୍ଗା ସହରର ୧୨ ଗୋଟି ୱାର୍ଡ ଓ ରାସ୍ତା ଘାଟରେ ପଡୁ ଥିବା ଅଳିଆ ଆବର୍ଜ୍ଜନା କୁ ନିଜ ଟିମ କୁ ନେଇ ସଫା କରାଉଥିବା ଏନ୍ ଏ ସି ସଫେଇ ସୁପରଭାଇ ଜର ଗଦାଧର ସିଂଦେଓ ଙ୍କୁ। ଏଠାରେ ପ୍ରକାଶ ଥାଉକି ଶ୍ରୀ ସିଂଦେଓ ୧୯୯୨ ମସିହା ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୩୩ ବର୍ଷ ହେବ ନିଜ କାମକୁ ପାରଦର୍ଶିତା ସହିତ ସମ୍ପାଦନ କରି ଆସୁ ଥିବାରୁ ତାଙ୍କର କାମକୁ ପ୍ରଶଂସା ଓ ତାଙ୍କର ମନୋବଳ ବୃଦ୍ଧି ଓ ଦୃଢ଼ କରିବା ପାଇଁ ମହାସଂଘ ନିଜ ମଞ୍ଚରେ ସମ୍ମାନିତ କରି ଭଗବାନ ଙ୍କ ଠାରେ ତାଙ୍କର ଦୀର୍ଘାୟୁ , ସୁସ୍ଥ ଓ ନିରୋଗପୂର୍ଣ୍ଣ ଜୀବନ ର କାମନା କରି ଥିଲା
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)