ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ରେ ଶିଶୁଦିବସ ପାଳିତ
କେସିଙ୍ଗାକେସିଙ୍ଗାସମାଚାର୧୪/୧୧(ମଧୁସୂଦନଠାକୁର) କେସିଙ୍ଗା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମହାନ ଶିଶୁପ୍ରେମୀ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ଅବସରରେ ଶିଶୁ ଦିବସ-୨୦୨୬ ଆନନ୍ଦ ଉଲ୍ଲାସ ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମେହେର କାର୍ଯ୍ୟକ୍ରମ ର ଅଧ୍ୟକ୍ଷତା କରି ଶିଶୁମାନେ ଦେଶର ଭବିଷ୍ୟତ ଓ ରାଷ୍ଟ୍ର ନିର୍ମାଣର ମୁଖ୍ୟ ଆଧାର ବୋଲି ମତବ୍ୟକ୍ତ କରିଥିଲେ। ପଣ୍ଡିତ ନେହେରୁଙ୍କ ଜୀବନୀ, ଆଦର୍ଶ ଓ ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଓ ଭଲପାଇବା ସମ୍ପର୍କରେ ପାଳନ ସମାରୋହ ର ସଭାପତି କହ୍ନେଇଲାଲ ସାହୁ ଆଲୋକପାତ କରିବା ସହ ଛାତ୍ରୀମାନଙ୍କୁ ଶୃଙ୍ଖଳା, ନିଷ୍ଠା ଓ ଆତ୍ମବିଶ୍ୱାସ ସହ ଜୀବନରେ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ସୃଜନଶୀଳ ଓ ପ୍ରତିଭା ବିକାଶମୂଳକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କନିଷ୍ଠ ବିଭାଗର ଡ୍ରଇଂ ପ୍ରତିଯୋଗିତାରେ ନିର୍ମିତ ବିଶି, କୁନ୍ତଳା ସାହୁ, ପଦ୍ମିନୀ ମହାନନ୍ଦ,ଆଦ୍ୟାଶା ଦାସ ଓ ମ୍ୟୁଜିକ୍ ଚେୟାର୍ ନିମନ୍ତେ ଓମିନା ମହାନନ୍ଦ,ଉର୍ମିଳା ଭୂଏ ଓ ଖୁସବୁ ମାଝୀ ଏବଂ ବରିଷ୍ଠ ବିଭାଗର ସାଧାରଣ ଜ୍ଞାନରେ ଦିବ୍ୟାଙ୍କା ବର୍ମା,ନିଭା ସ୍ବାଇଁ,ଓ ଜନନୀ ସେଠୀ ଓ ମ୍ୟୁଜିକ୍ ଚେୟାର୍ ନିମନ୍ତେ ଚିନ୍ମୟୀ ଭୋଇ, ଅଞ୍ଜୁ ସାହୁ ଓ ବୈଷ୍ଣବୀ ନାଏକଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ସେମାନଙ୍କୁ ଏକ ସୁନ୍ଦର ଓ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣା ଯୋଗାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସପ୍ତମ ଶ୍ରେଣୀ ଛାତ୍ରୀ ସୋନାକ୍ଷୀ ଠାକୁର ଏହି କାର୍ଯ୍ୟକ୍ରମକୁ ସଫଳତାର ସଂଯୋଜନା କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)