ଗଞ୍ଜେଇଚୋରା ଚାଲାଣକାରୀର ପରିଚୟ ଓ ବିବରଣୀ ଦେଲା କେସିଙ୍ଗା ପୋଲିସ
କେସିଙ୍ଗା ସମାଚାର ୮/୮ (ମଧୁସୂଦନ ଠାକୁର) ଦୀର୍ଘଦିନ ପରେ କେସିଙ୍ଗା ପୋଲିସ କୁ ମିଳିଛି ଚୋରା ଗଞ୍ଜେଇ ଧରିବାରେ ସଫଳତା।କୌଣସି ସୂତ୍ର ରୁ ଖବର ପାଇ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ କେସିଙ୍ଗା କୁର୍ଲୁପଡ଼ା ସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟ ରେ ଚଢାଉ କରି ଜଣେ ଯୁବକ ଙ୍କ ପାଖରୁ ପ୍ରାୟ ୪୨ କେଜି ଚୋରା ଗଞ୍ଜେଇ ଜବତ କରିଛି। ଯାହାର ବଜାର ର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଟକ ରଖିଥିବା ବ୍ୟକ୍ତି ଜଣକ ହେଲେ ମଦନପୁର ରାମପୁର ଥାନା ଅନ୍ତର୍ଗତ ପିଲବାଞ୍ଜି ଗ୍ରାମର ବିକାଶ ଦିଗାଲ ବୋଲି କେସିଙ୍ଗା ପୋଲିସ ସ୍ପଷ୍ଟ କରିଛି ।ଗଞ୍ଜେଇ କଳାହାଣ୍ଡି ରୁ ବାହାର ରାଜ୍ୟ କୁ ଚାଲାଣ ଚାଲାଣ କରିବାକୁ ଥିବା ସନ୍ଦେହ କରାଯାଉଛି। ଚୋରା ଗଞ୍ଜେଇ କୋଉଠୁ ଆସୁଥିଲା କୋଉଠିକି ଯାଉଥିଲା ଓ ଆଉ କିଏ କିଏ ଏଥିରେ ସମ୍ପୃତ ଅଛନ୍ତି ସେହି ବିଷୟରେ ତଦନ୍ତ କରୁଥିବା ବେଳେ ପୋଲିସ ହାତରେ ଆସିଥିବା ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରିଛି। ଅନ୍ୟ ମାନଙ୍କ ମଧ୍ୟରେ ମାଜିଷ୍ଟ୍ରେଟ ଡାଇତ୍ୱରେ କେସିଙ୍ଗା ର ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ଙ୍କ ସମେତ କେସିଙ୍ଗା ପୋଲିସ ଷ୍ଟେସନ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)