କାଣ୍ଡେଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଙ୍କ ଅବସର ଗ୍ରହଣ
କେସିଙ୍ଗାସମାଚାର ୮/୮ (ମଧୁସୂଦନ ଠାକୁର ) କେସିଙ୍ଗା ବ୍ଲକ କାଣ୍ଡେଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବରିଷ୍ଠ ହିନ୍ଦୀ ଶିକ୍ଷକ ଅବସର ନେଇଛନ୍ତି । ୧୯୮୯ରୁ ୨୦୨୬... ଦୀର୍ଘ ୩୭ ବର୍ଷ ଧରି ଅଗଣିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଆଲୋକ ଦେଖାଇବା ସହ ସେମାନଙ୍କ ଜୀବନ ଗଠନରେ ନିଜର ଅବଦାନ ରଖିଛନ୍ତି ଶ୍ରୀ ଭୋଇ। ଜଣେ ଶିକ୍ଷକ ଭାବେ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ମାର୍ଗଦର୍ଶକ, ଅଭିଭାବକ ଓ ପ୍ରେରଣାର ଉତ୍ସ ଭାବେ ସେ ହାସଲ କରିଥିଲେ ସ୍ୱତନ୍ତ୍ର ପରିଚୟ।ତାଙ୍କ ଅବସର ଉପଲକ୍ଷେ କାଣ୍ଡେଲରେ ଆୟୋଜିତ ହୋଇଥିଲା ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା। ପୁରାତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷକ, ବନ୍ଧୁପରିଜନ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଶ୍ରୀ ଭୋଇଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ସଭାରେ ଉତ୍ତର କୁମର ମହଲା ସଭାପତିତ୍ୱ କରିଥିବା ବେଳେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ସାହା, ପୂର୍ବତନ ସରପଞ୍ଚ ପଙ୍କଜ ଗୌଡ଼ ଏବଂ ପୁରାତନ ଛାତ୍ର କଲକି ରାମ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ।ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଭୋଇ ନିଜ ଦୀର୍ଘ ଶିକ୍ଷକତା ଜୀବନର ଅଭୁଲା ଅନୁଭୂତି ବର୍ଣ୍ଣନା କରି ଭାବବିହ୍ୱଳ ହୋଇଥିଲେ। ଶେଷରେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ମାଧବ ମହଲା ଧନ୍ୟବାଦ ଅର୍ପଣ କରିଥିଲେ।୩୭ ବର୍ଷର ଏହି ଗୌରବମୟ ଯାତ୍ରାରେ ରମେଶ ଚନ୍ଦ୍ର ଭୋଇଙ୍କ ଅବଦାନ ନିଶ୍ଚିତ ଭାବେ ଚିରସ୍ମରଣୀୟ ହୋଇ ରହିବ। ତାଙ୍କ ଅବସର କେବଳ ଏକ ଚାକିରିର ଅନ୍ତ ନୁହେଁ, ବରଂ ଏକ ଗୌରବମୟ ଶିକ୍ଷକତା ଯୁଗର ଅବସାନ।
What's Your Reaction?
Like
1
Dislike
0
Love
1
Funny
0
Wow
1
Sad
0
Angry
0
Comments (0)