କେସିଙ୍ଗା ନଗରବିଜେଡି ର ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା
କେସିଙ୍ଗା/ କେସିଙ୍ଗା ସମାଚାର ୫/୯(ମଧୁସୂଦନ ଠାକୁର) ବିଜୁ ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ରେ ନୂତନ କମିଟି ଗଠନ କରାଯାଇ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି।ଘୋଷଣା ଅନୁଯାୟୀ ନଗର କମିଟି ର ସଭାପତି ଭାବରେ ବରିଷ୍ଠ ବିଜେଡି ନେତା ନଳୀନ କୁମାର ପଟ୍ଟନାୟକ ଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିବା ବେଳେ ତିନି ଜଣ ଉପ ସଭାପତି ଭାବରେ ପ୍ରେଣା ନାଏକ,ନୀଳ ମାଧବ ମହଲା ଓ ମୋହନ କୁମାର ନାୟକ ଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି ସେହିପରି ସାଧାରଣ ସମ୍ପାଦକ ଭାବରେ ନେହେରୁ ସୁନାନୀ ଏବଂ ସଚିବ ଭାବରେ ପ୍ରମୋଦ ସାହୁ, ବଳରାମ ପଟ୍ଟନାୟକ,ହିରନ୍ୟ କୁମାର ବାଗ ଏବଂ ରମାକାନ୍ତ ଜେନା ଙ୍କୁ ନୂତନ ଦାଇତ୍ୱ ପ୍ରଦାନ କରାଯାଇଛି ସେହିପରି କେସିଙ୍ଗା ନଗର କମିଟି ର କୋଷାଧ୍ୟକ୍ଷ ଭାବରେ ଅନିଲ ଜୈନ ଙ୍କ ନାମ ଘୋଷଣା କରାଯାଇଛି। ନୂତନ ସଭାପତି ନିଜ ପ୍ରଥମ ପ୍ରତିକ୍ରିୟା ରେ ଆଗକୁ ଆସୁଥିବା ପଞ୍ଚାୟତ ଓ ଏନ୍ ଏ ସି ନିର୍ବାଚନ ରେ ବିଜେଡି କିପରି ବିଜୟ ଲାଭ କରିବ ସେହି ବିଷୟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ନଗର ର ସମସ୍ତ ବିଜେଡି କର୍ମକର୍ତ୍ତା ଙ୍କ ସହିତ କାନ୍ଧ ରେ କାନ୍ଧ ମିଶାଇ ବିଜେଡି କୁ ଆହୁରି ମଜଭୁତ କରିବା କୁ ପ୍ରତିଶ୍ରୁତି ଦେଇଥିଲେ ।ଖବର ମିଳିବା ପରେ କେସିଙ୍ଗା ବିଜେଡି ରେ ଖୁସି ର ଲହରୀ ଖେଳିଯାଇଛି।କେସିଙ୍ଗା ନଗରପାଳ ନୃପରାଜ ଯାଦବ, ଜିଲ୍ଲା ସଚିବ ତଥା ଯୁବ ନେତା ସିଲୁ ପରିଡ଼ା, ପୂର୍ବତନ ନଗର ସଭାପତି ରମେଶ ପଟ୍ଟନାୟକ, ବିଜେଡି ନେତା ଦେବେନ୍ଦ୍ର ଭୂଜବଲ ପ୍ରମୁଖ ନୂତନ କର୍ମକର୍ତ୍ତା ମାନଙ୍କୁ ଶୁଭେତ୍ସା ଓ ଅଭିନନ୍ଦନ ଜଣାଇଛନ୍ତି
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)