କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ----- (ଡାକ୍ତରଖାନାରୁ ଗାନ୍ଧୀ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ବିଶାଳ ସଚେତନତା ଶୋଭାଯାତ୍ରା)
କେସିଙ୍ଗା/କେସିଙ୍ଗା ସମାଚାର ୧୪/୮ ( ମଧୁସୂଦନ ଠାକୁର) ଆସନ୍ତା ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆୟୋଜିତ ହେଉଥିବା ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି କେସିଙ୍ଗାଠାରେ ଏକ ଭବ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ଡାକ୍ତରଖାନା ତରଫରୁ ଏହି ଜାତୀୟତାବାଦୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆଜି ସକାଳ ସମୟରେ କେସିଙ୍ଗା ଡାକ୍ତରଖାନା ପରିସରରୁ ଆରମ୍ଭ ହୋଇଥିବା ଏହି ସଚେତନତା ରାଲିରେ ବହୁ ସଂଖ୍ୟାରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷା କର୍ମୀ ଏବଂ ଡାକ୍ତରଖାନାର ଅନ୍ୟାନ୍ୟ କର୍ମଚାରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କ ହାତରେ ଜାତୀୟ ପତାକା ତ୍ରିରଙ୍ଗା ଶୋଭା ପାଉଥିବା ବେଳେ ପରିବେଶ ଦେଶପ୍ରେମରେ ଉଦବେଳିତ ହୋଇଥିଲା। ବନ୍ଦେ ମାତରଂ ଏବଂ ଭାରତ ମାତା କି ଜୟ ସ୍ଲୋଗାନ ସହ ଏହି ଶୋଭାଯାତ୍ରା ଡାକ୍ତରଖାନାରୁ ବାହାରି ସହରର ମୁଖ୍ୟ ମାର୍ଗ ଦେଇ ସ୍ଥାନୀୟ ମ ଇ ବିଦ୍ଯାଳୟ ନିକଟସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତୀ ପର୍ଯ୍ୟନ୍ତ ପରିକ୍ରମା କରିଥିଲା।ଶୋଭାଯାତ୍ରାଟି ଗାନ୍ଧୀ ପ୍ରତିମୂର୍ତ୍ତୀ ନିକଟ ରେ ପହଞ୍ଚିବା ପରେ ସେଠାରେ ସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଉପସ୍ଥିତ କର୍ମକର୍ତ୍ତାମାନେ ମହାତ୍ମା ଗାନ୍ଧୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅମୂଲ୍ୟ ବଳିଦାନକୁ ସ୍ମରଣ କରିଥିଲେ। ସାଧାରଣ ଲୋକଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଏବଂ ଆସନ୍ତା ସ୍ୱାଧୀନତା ଦିବସରେ ପ୍ରତ୍ୟେକ ବ୍ୟକ୍ତି ନିଜ ବାସଭବନରେ ଗର୍ବର ସହ ତ୍ରିରଙ୍ଗା ଉତ୍ତୋଳନ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)