ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଗୁର୍ଜୀମୁଣ୍ଡା ର ମା’ ଯୋଗମାୟା ପୀଠ: (୧୮ ବର୍ଷ ପରେ ଯୋଗମାୟା ପୀଠ ରେ ସ୍ପେନର ଗବେଷକ)
କେସିଙ୍ଗା/କେସିଙ୍ଗା ସମାଚାର ୧୪/୮ (ମଧୁସୂଦନ ଠାକୁର) କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ରେ ଥିବା ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଏବଂ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମସ୍ଥଳ ଗୁର୍ଜିମୁଣ୍ଡା ସ୍ଥିତ ମା’ ଯୋଗମାୟା ଶକ୍ତିପୀଠ ଆଜି ପୁଣି ଏକ ଅନ୍ତର୍ଜାତୀୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୁଦୂର ସ୍ପେନର ବାର୍ସିଲୋନା ସହରରୁ ଜଣେ ବିଦେଶୀ ପର୍ଯ୍ୟଟକ ଏଠାରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେବା ସହ ପ୍ରସିଦ୍ଧ ‘ଦେବଗୁମ୍ଫା’ର ମନୋରମ ପରିବେଶକୁ ଉପଭୋଗ କରିଛନ୍ତି।ମିଳିଥିବା ବିବରଣୀ ଅନୁଯାୟୀ, ଉକ୍ତ ପର୍ଯ୍ୟଟକ ଜଣକ ଆଜକୁ ପ୍ରାୟ ୧୮ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୮ ମସିହାରେ ଏକ ଗବେଷଣାତ୍ମକ କାର୍ଯ୍ୟରେ ଭାରତ ଆସିଥିବା ବେଳେ ପ୍ରଥମ ଥର ଗୁର୍ଜିମୁଣ୍ଡାର ଏହି ଶାନ୍ତ ପରିବେଶକୁ ଦେଖି ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ଦୀର୍ଘ ବର୍ଷ ପରେ ପୁଣି ଥରେ ଭାରତ ମାଟିକୁ ଫେରିବା କ୍ଷଣି ସେ ସିଧାସଳଖ ଏହି ପବିତ୍ର ପୀଠର ସ୍ମୃତିକୁ ମନେ ପକାଇ ଏଠାକୁ ଧାଇଁ ଆସିଥିଲେ। ଏଠାକାର ପାହାଡ଼, ପ୍ରାକୃତିକ ଗୁମ୍ଫା ଏବଂ ନିରୋଳା ବାତାବରଣ ତାଙ୍କୁ ବିମୋହିତ କରିଛି ବୋଲି ସେ ଭାବପୂର୍ଣ୍ଣ ମତ ରଖିଛନ୍ତି।ଗୁର୍ଜିମୁଣ୍ଡାର ଏହି ଐତିହ୍ୟ କ୍ଷେତ୍ରକୁ ପୂର୍ବରୁ ମଧ୍ୟ ଅନେକ ବିଦେଶୀଙ୍କ ଆଗମନ ଘଟିଥିବା ବେଳେ, ବାରମ୍ବାର ବିଦେଶୀ ପର୍ଯ୍ୟଟକଙ୍କ ପାଦ ପଡ଼ିବା ଏଠାକାର ପର୍ଯ୍ୟଟନ ସମ୍ଭାବନାକୁ ଉଜ୍ଜୀବିତ କରିଛି।
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)