ଅଜଣା ଗାଡ଼ି ଧକ୍କା ରେ ବୃଦ୍ଧ ମୃତ ( କ୍ଷତି ପୂରଣ ଦାବୀ ରେ ପରିବାର ବର୍ଗଙ୍କ ଯୋଲକୋ ଛକ ରେ ରାସ୍ତା ରୋକ)
କେସିଙ୍ଗା/ କେସିଙ୍ଗା ସମାଚାର,୯/୯(ମଧୁସୂଦନ ଠାକୁର) ଜୀବନ ନେଉଛି ଜାଜପଥ ୨୬ ଯୋଲକୋ ଛକ।ବୁଧବାର ଦିନ ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଜଣେ ବୃଦ୍ଧ କୁ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବୃଦ୍ଧ ଙ୍କ ଜୀବନ ଚାଲି ଯାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ କେସିଙ୍ଗା ଥାନା ଯୋଲକୋ ଗ୍ରାମର ବନମାଳୀ ଜାନୀ (୫୬) କିଛି ସଉଦା କିଣିବା ପାଇଁ ତାଙ୍କ ଗ୍ରାମରୁ ପ୍ରାୟ ୧ କିଲୋମିଟର ନିକଟସ୍ଥ ବୋରିଂଙ୍ଗ ପଦର କୁ ଆସି ସଉଦା ନେଇ ଚାଲି ଚାଲି ଘରକୁ ଯାଉଥିବା ବେଳେ ଯୋଲକୋ ଛକ ପାରି ହୋଇ ଟିକେ ଆଗକୁ ଯାଇଛନ୍ତି କି ନାହିଁ ପଛ ପଟରୁ ଏକ ଅଜଣା ଗାଡ଼ି ଧକ୍କା ମାରି ଛୁ ହୋଇ ଯାଇଥିଲା ପରେ ଘଟଣା ସ୍ଥଳରେ ହିଁ ବନମାଳୀ ଙ୍କ ଜୀବନ ଚାଲିଯାଇଥିବା ଶୁଣିବାକୁ ମିଳୁଛି।ପରେ ଆମ୍ବୁଲାନ୍ସ ଆସିବାରେ ଟିକେ ବିଳମ୍ବ ହେବାରୁ ମୃତକ ଙ୍କ ପୁଅ ତାଙ୍କୁ ମଟରସାଇକେଲ ରେ କେସିଙ୍ଗା ମେଡିକାଲ କୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ସେପଟେ ଧକ୍କା ମାରି ଚାଲିଯାଇଥିବା ଗାଡ଼ି କୁ ଯଥା ଶୀଘ୍ର ଧରିବା ସହିତ କ୍ଷତି ପୂରଣ ପ୍ରଦାନ ଦାବିରେ ପରିବାର ବର୍ଗ ଓ ଗ୍ରାମବାସୀ ଙ୍କ ପକ୍ଷରୁ ଯୋଲକୋ ଛକ ଜାତୀୟ ରାଜପଥ ୨୬ କୁ ପ୍ରାୟ ଦୁଇ ଘଣ୍ଟା ଅବରୋଧ କରି ଥିଲେ ଫଳରେ ରାଜ ରାସ୍ତା ଶହ ଶହ ସଂଖ୍ୟାରେ ଗାଡ଼ି ମଟର ଠିଆ ହୋଇ ଥିବା ଦେଖିବାକୁ ମିଳିଥିଲା।ପରେ ଖବର ପାଇ କେସିଙ୍ଗା ଅତିରିକ୍ତ ତହସିଲଦାର ବିବେକାନନ୍ଦ ସାମଲ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ର ଉପସ୍ଥିତିରେ ପରିବାର ଙ୍କ ସହିତ ଆଲୋଚନା କରି ରେଡକ୍ରସ ପାଣ୍ଠି ରୁ ଦଶ ହଜାର ଟଙ୍କା ଓ ସରକାର ଙ୍କ ପକ୍ଷରୁ ଯାହାବି ସୁବିଧା ରହିଛି ତାହା ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
1
Angry
0
Comments (0)