ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
କେସିଙ୍ଗା/ କେସିଙ୍ଗା ସମାଚାର,୧୨/୯(ମଧୁସୂଦନ ଠାକୁର) କେସିଙ୍ଗା ବ୍ଲକ୍ ଅଧୀନସ୍ଥ କଶୃପଡା କ୍ଲଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବରିଷ୍ଠ ଶିକ୍ଷକ କୈଳାଶ ଚନ୍ଦ୍ର ବିଶି ଙ୍କୁ ସମ୍ମାନର ସହିତ କଶୃପଡା କ୍ଲଷ୍ଟର ଓ କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଅଛି ।ଏହି ସଭାରେ ସିଆରସିସି ଗୋବିନ୍ଦ ବାଗ ପରିଚାଳନା କରିଥିବା ବେଳେ କଣ୍ଟେଶିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମମତା ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ନିମନ୍ତ୍ରଣ ଅତିଥି ଭାବେ କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର କୁମାର ଦୋରା ଓ ସାଧାରଣ ସମ୍ପାଦକ ତପନ କୁମାର ଦାଶ ଯୋଗ ଦେଇଥିଲେ ।ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ପଞ୍ଚାନନ ନାଗ, ରାଜେଶ୍ୱରୀ ସେନାପତି ଉପସ୍ଥିତ ଥିଲେ ।ମୁଖ୍ୟ ଅତିଥି କୈଳାଶ ଚନ୍ଦ୍ର ବିଶି ତାଙ୍କର ଶିକ୍ଷକତା ଜୀବନ କିପରି କଟିଲା ଗମ୍ଭୀର ଭାବରେ ପ୍ରକାଶ କରିଥିଲେ ।କନ୍ତେଶିର କ୍ଲଷ୍ଟର ଓ ଶିକ୍ଷକ ସଂଘ ତରଫରୁ ବିଶିଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦେଇ ନିଜ ଗୃହ ପର୍ଯ୍ୟନ୍ତ ଶୋଭାଯାତ୍ରା କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାଡ଼ି ଆସିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରାୟ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିଥିଲା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କନ୍ତେଶିର୍ ଠାରେ ମହା ଆଡମ୍ବରରେ ପାଳିତ ହୋଇଥିଲା ।ସମସ୍ତ ଛାତ୍ର ଛାତ୍ରୀ ମଧ୍ୟ ଲୁହ ଭରା ନୟନ ରେ ଶ୍ରୀ ବିଶୀଙ୍କୁ ବିଦାୟ ଦେଇଥିଲେ ।ଏହି ସଭାରେ ପ୍ରାୟ ୩୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ଓ ଶେଷରେ ଶିକ୍ଷୟିତ୍ରୀ ରାଜେଶ୍ୱରୀ ସେନାପତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
What's Your Reaction?
Like
1
Dislike
0
Love
1
Funny
0
Wow
0
Sad
0
Angry
0
Comments (0)