କୀଟ ପୋକ କାମୁଡ଼ା ର ଉପଚାର ସମ୍ବନ୍ଧୀୟ ସଚେତନତା ଶିବିର

Sep 12, 2026 - 09:11
0 17
କୀଟ ପୋକ କାମୁଡ଼ା ର ଉପଚାର ସମ୍ବନ୍ଧୀୟ ସଚେତନତା ଶିବିର

କେସିଙ୍ଗା/ କେସିଙ୍ଗା ସମାଚାର/୧୨/୯(ମଧୁସୂଦନ ଠାକୁର) ଏସ ବି ଆଇ ଏବଂ ରାମକୀ ଫାଉଣ୍ଡେସନ ପକ୍ଷରୁ ଶନିବାର ଦିନ କେସିଙ୍ଗା ବ୍ଲକ ଚିଚର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବର୍ଷା ଦିନରେ କୀଟ ପୋକ କାମୁଡ଼ାରେ ହେଉଥିବା ରୋଗ ଓ ତାହାର ଉପଚାର ସମ୍ବନ୍ଧୀୟ ବିଷୟରେ ଏକ ସଚେତନତା ଶିବିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।ରାମକୀ ଫାଉଣ୍ଡେସନ ର ଡାକ୍ତର ବିମଳ ଚରଣ ଷଡଙ୍ଗୀ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ କିପରି କୀଟ ପୋକ କାମୁଡ଼ା ରୁ ନିଜକୁ ସୁରକ୍ଷିତ ରଖିବେ ଓ କିପରି ଉପଚାର କରିବେ ଉକ୍ତ ବିଷୟ ଉପରେ ବୁଝାଇବା ସହିତ ଯେତେ ବେଳେ ବି କିଛି କୀଟ ପୋକ କାମୁଡ଼ିଲେ ଯଥା ଶୀଘ୍ର ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯିବା ପାଇଁ ପରାମର୍ଶ ଓ ଅନୁରୋଧ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ରାମକୀ ଫାଉଣ୍ଡେସନ ର ଜିଲ୍ଲା ପିସି, ଫାର୍ମାସିଷ୍ଟ ଜୋସ୍ନାରାଣୀ ବେହେରା,ଏସ ଏନ୍ ପଙ୍କଜିନୀ ରଣା ,ଏଲ ଟି ନୀତୁ ନାଏକ, ନିରଞ୍ଜନ ହାତୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ତପସ୍ଵନି ସାହୁ ଓ ଲକ୍ଷ୍ମୀଧର ବାଇ। ଏସ ବି ଆଇ ଏବଂ ରାମକୀ ଫାଉଣ୍ଡେସନ ର ଉକ୍ତ କାର୍ଯ୍ୟକ୍ରମ କୁ ଗ୍ରାମବାସୀ ମାନେ ପ୍ରଶଂସା କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User