ରାଷ୍ଟ୍ରୀୟ ଲୋକ ଅଦାଲତ -- ( ୨୧ ଟି ପ୍ରାକ ବ୍ୟାଙ୍କ ଋଣ ଜନିତ ମାମଲାରେ ଆଦାୟ ହେଲା ୧୭୦୫୦୦ ଟଙ୍କା)
କେସିଙ୍ଗା/ କେସିଙ୍ଗା ସମାଚାର ୧୨/୯(ମଧୁସୂଦନ ଠାକୁର) ତାଳୁକ ଆଇନ ସେବା ସମିତି କେସିଙ୍ଗା ତଥା ବିଚାରପତି ଦୀପ୍ତା ସେଠୀ ଙ୍କ ନେତୃତ୍ୱ ରେ କେସିଙ୍ଗା କୋର୍ଟ ପରିସରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ୨୧ ଟି ପ୍ରାକବ୍ୟାଙ୍କ ଋଣ ଜନିତ ମୋକଦ୍ଦମା ବାବଦରେ ସର୍ବ ମୋଟ ୧ ଲକ୍ଷ ୭୦ ହଜାର ୫ ଶହ ଟଙ୍କା ଆଦାୟ କରାଯାଇ ଥିବା ବେଳେ ୮୬ ଟି ରାଜସ୍ବ ମାମଲାର ବିଚାର କରାଯାଇ ସର୍ବ ମୋଟ ୭୩ ହଜାର ୨ ଶହ ୫୭ ଟଙ୍କା ଆଦାୟ ହୋଇଥିଲା।ସେହିପରି ୩ ଟି ଏନ୍ ଆଇ ଏକ୍ଟ ର ବିଚାର କରାଯାଇ ୬ ଲକ୍ଷ ୩୬ ହଜାର ୬ ଶହ ୨୦ ଟଙ୍କା ଆଦାୟ କରାଯାଇଥିବା ବେଳେ ୧୧ ଟି ଗାଡି ମଟର କେସ ବାବଦରେ ୪୦ ହଜାର ୭ ଶହ ୫୦ ଟଙ୍କା ଏବଂ ୨ ଟି ଫାଇନାଲ ରିପୋର୍ଟ କେସ ର ବିଚାର କରାଯାଇ ଶେଷ କରାଯାଇ ଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଂଘ୍ ସଭାପତି ଗୁରୁ ପ୍ରସାଦ ବଗର୍ତ୍ତି,ସମ୍ପାଦକ ସନ୍ତୋଷ କୁମାର ଦାସ,ବରିଷ୍ଠ ଆଇନଜୀବି ପ୍ରକାଶ କୁମାର ଦାସ, ମନୋଜ କୁମାର ବାଗ, ସନ୍ଦୀପ କୁମାର ବାନାର୍ଜୀ,ଦିନେଶ କୁମାର ଭୋଇ,ସୌରରଶ୍ମି ନନ୍ଦ,ଚିତ୍ତରଞ୍ଜନ ଭୋଇ ଙ୍କ ସମେତ ଅନ୍ୟ ବରିଷ୍ଠ ଆଇନଜୀବି ଓ ଅଦାଲତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)