ଡିସେମ୍ବର ୨୯ ରେ କେସିଙ୍ଗା ଚେତାବନୀ ସାହିତ୍ୟ ସଂସଦ ର ୩୮ ତମ ରାଜ୍ୟସ୍ତରୀୟ ପୁଷପୁନି ଭେଟଘାଟ। ( ପଶ୍ଚିମବଙ୍ଗ ର ପ୍ରଖ୍ୟାତ କଥାକାର ଓ ସମାଲୋଚକ ପ୍ରଫେସର କୈଳାଶ ପଟ୍ଟନାୟକ ପାଇବେ ଦୂର୍ଗାବତୀ କଳାହାଣ୍ଡି ସ୍ମାରକୀ ସମ୍ମାନ)
କେସିଙ୍ଗା/ କେସିଙ୍ଗା ସମାଚାର ୨୨/୧୧(ମଧୁସୂଦନ ଠାକୁର) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ର ଜଣାଶୁଣା ସାହିତ୍ୟ ସଂସଦ କେସିଙ୍ଗା ର ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ଆସନ୍ତା ୨୯ ତାରିଖ ରବିବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଋଷି ସାହା ସଂସ୍କୃତିକ ଭବନ ମଞ୍ଚ ରେ ଚେତାବନୀ ସାହିତ୍ୟ ସଂସଦ ର ୩୮ ତମ ବାର୍ଷିକ ଉତ୍ସବ ସମେତ ଲେଖକ ସମାବେଶ ଓ ପୁରସ୍କାର ପ୍ରଦାନ ପର୍ବ ତଥା ପୁଷ ପୁନି ଭେଟଘାଟ ମହା ସମାରୋହରେ ପାଳିତ ହେବ ବୋଲି ଚେତାବନୀ ସାହିତ୍ୟ ସଂସଦ ର ସଭାପତି ଯାଜ୍ଞସେନୀ ସାହା ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।ଚଳିତ ବର୍ଷ ରାଜ୍ୟ ର କୋଣ ଅନୁକୋଣ ରୁ ସାହିତ୍ୟ, ଶିକ୍ଷା,ସଂସ୍କୃତି,ସମାଜ ସେବା କ୍ଷେତ୍ର ରେ ଅତୁଳନୀୟ ଅବଦାନ ପାଇଁ ୧୧ ବିଶିଷ୍ଟ ବ୍ୟକ୍ତି ହେବେ ସମ୍ମାନିତ।ତନ୍ମଧ୍ୟରୁ ଅନୁଷ୍ଠାନ ର ବଡ଼ ଓ ସବୁଠୁ ମର୍ଯ୍ୟାଦାଜନକ ସମ୍ମାନ ଦୂର୍ଗାବତୀ କଳାହାଣ୍ଡି ସ୍ମାରକୀ ସମ୍ମାନ ପାଇବେ ପଶ୍ଚିମବଙ୍ଗ ( ଶାନ୍ତିନିକେତନ) ର ବିଶିଷ୍ଟ କଥାକାର ତଥା ସମାଲୋଚକ ପ୍ରଫେସର କୈଳାଶ ପଟ୍ଟନାୟକ ପୁରସ୍କାର ବାବଦରେ ପାଇବେ ନଗଦ ୧୦ ହଜାର ଟଙ୍କା ସହିତ ଟ୍ରଫି ଓ ଉପଢୌକନ।ସେହିପରି ପ୍ରବନ୍ଧ ସାହିତ୍ୟ ପାଇଁ ପଦ୍ମପୁର ର ପ୍ରାଧ୍ୟାପକ ସନ୍ତୋଷ ଦେବତା, କାବ୍ୟ କବିତା ପାଇଁ ଯାଜପୁର ର ବିଶିଷ୍ଟ କବି ପ୍ରାଧ୍ୟାପକ ତୁହିନାଂଶୁ ରଥ,ସାହିତ୍ୟ ପାଇଁ କଟକ ର ଚିରଶ୍ରୀ ଇନ୍ଦ୍ରସିଂ, କବିତା ପାଇଁ ସମ୍ବଲପୁର ର ସ୍ଵୟଂପ୍ରଭା ରଥ, ଶିଶୁ ସାହିତ୍ୟ ପାଇଁ ରେଢ଼ାଖୋଲ ର କବି କନ୍ଦର୍ପ ବେହେରା,ଯୁବ କବି ଭାବରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ର ପଲ୍ଲବୀ ଦାସ,ବିଶିଷ୍ଟ ଶିକ୍ଷାବିତ ଓ ସଂଗଠକ ଭାବରେ କେସିଙ୍ଗା ର ବି ଚନ୍ଦ୍ରଶେଖର ଆଚାରୀ ଓ ଟିଟଲାଗଡ ର ଭିକାରୀ ଚରଣ ମିଶ୍ର, ସମାଜସେବା କ୍ଷେତ୍ର ରେ ଭବାନୀପାଟଣା ର ଭାରତ ଭୁଷଣ ଠାକୁର ଓ କେସିଙ୍ଗା ଚେତାବନୀ ସାହିତ୍ୟ ସଂସଦ କୁ ସେବା ଦେବା ଏବଂ ସାହିତ୍ୟ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ କବି ନରୋଜ ପଟ୍ଟନାୟକ ଙ୍କୁ ଚେତାବନୀ ସୁହୃଦ ସମ୍ମାନ ପ୍ରଦାନ କରାଯିବ ବୋଲି ସଭାପତି ଘୋଷଣା କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ଚେତାବନୀ ସାହିତ୍ୟ ସଂସଦ ର ଉପ ସଭାପତି ମଞ୍ଜୁ ମେଧା ଗୁରୁ ଓ ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଣ୍ଡା ଙ୍କ ସମେତ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)