ବାତ୍ୟା ଅକ୍ୱାନ କୁ ଆଖି ଆଗରେ ରଖି କେସିଙ୍ଗା ମେଡିକାଲକୁ ଜିଲ୍ଲା ପ୍ରଶାସନ ପଠାଇଥିବା ଡାକ୍ତର ସାର ଆଜି ପର୍ଯ୍ୟନ୍ତ ଯୋଗ ଦେଇ ନାହାନ୍ତି ( ସରକାରୀ ଆଦେଶକୁ ଡାକ୍ତର ବାବୁ ଙ୍କ ବେଖାତିର)
କେସିଙ୍ଗା/ କେସିଙ୍ଗା ସମାଚାର ୨୩/୧୧(ମଧୁସୂଦନ ଠାକୁର) କିଛି ଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅକ୍ୱାନ ଯୋଗୁଁ ସାରା ରାଜ୍ୟରେ ରାଜ୍ୟ ପ୍ରଶାସନ ସଜାଗ ରହିବା ସହିତ ସମସ୍ତ ଜରୁରୀ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କ ଛୁଟି ମଧ୍ୟ ବାତିଲ କରିବା ପାଇଁ ସରକାରୀ ନିର୍ଦ୍ଦେଶ ନାମ ଜାରି ହୋଇଥିଲା।ସେହି କ୍ରମରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଅଞ୍ଚଳରେ ବାତ୍ୟା ପାଇଁ ସରକାରୀ ସ୍ତରରେ କେସିଙ୍ଗା ପ୍ରଶାସନ ପକ୍ଷରୁ ମଧ୍ୟ ସଜାଗ ରହି ରାତି ଅଧରେ ସ୍ଥାନୀୟ ତହସିଲଦାର ଓ ବିଡ଼ିଓ ଗ୍ରାମ ଗ୍ରାମ ବୁଲି ଲୋକ ଙ୍କ ସମସ୍ୟା ବୁଝି ଲୋକଙ୍କୁ ସଚେତନ କରାଇ ଥିବା ଦେଖା ଯାଇଥିଲା ହେଲେ ବାତ୍ୟା ସମୟରେ ସବୁଠୁ ସଜାଗ ରହିବାକୁ ଥିବା ସ୍ଵାସ୍ଥ୍ୟ ସେବା ପାଇଁ କେସିଙ୍ଗା ମେଡିକାଲ ରେ ଡାକ୍ତର ଅଭାବ ଏଥି ପାଇଁ କେସିଙ୍ଗା ମେଡିକାଲ ର ଅଧ୍ୟକ୍ଷ ବାତ୍ୟା ସମୟରେ କେସିଙ୍ଗା ମେଡିକାଲ୍ ରେ ଅପ୍ରତିକର ପରିସ୍ଥିତି ନ ଉପୁଜିବା ପାଇଁ ଆଉ କିଛି ଡାକ୍ତର କେସିଙ୍ଗା ମେଡିକାଲ କୁ ଯୋଗାଇ ଦେବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଜଣାଇଥିଲେ।ସେହି କ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଥୁଆମୁଲ ରାମପୁର ବ୍ଲକ ର ନାକରୁଣ୍ଡି ମେଡିକାଲ ରେ ଡେପୁଟେସନ ରେ କାର୍ଯ୍ୟରତ ଥିବା ଡାକ୍ତର ସୌମ୍ୟ ରଞ୍ଜନ ମାଝୀ ଙ୍କୁ ଯଥା ଶୀଘ୍ର କେସିଙ୍ଗା ମେଡିକାଲ ରେ ଯୋଗ ଦେବା ପାଇଁ ଚିଠି ଆଦେଶ ନଂ ୮୬୫୪ ରେ ୧୮/୧୧/୨୬ ରେ ଆଦେଶ ଦେଇ ୨୦/୧୧ ରେ ଜରୁରୀ କାଳୀନ ଭିତ୍ତି ରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ହେଲେ ଆଜକୁ ୨ ଦିନ ହେଲାଣି ବାତ୍ୟା ଅକ୍ଵାନ ଫେରି ଗଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଡାକ୍ତର ସରକାରୀ ନିର୍ଦ୍ଦେଶ ନ ମାନି କେସିଙ୍ଗା ମେଡିକାଲ ରେ ଯୋଗ ଦେଇନଥିବା ଜଣା ପଡ଼ିଛି।ଆମେ ଉକ୍ତ ବିଷୟ ଉପରେ କେସିଙ୍ଗା ମେଡିକାଲ୍ ର ଅଧ୍ୟକ୍ଷ ଡାକ୍ତର ରବୀନ୍ଦ୍ରନାଥ ଖଟୁଆ ଙ୍କୁ ପଚାରିବାରୁ କଥା କୁ ଏଡ଼ାଇ ଦେଇ ନିରବ ରହିଥିଲେ। ଏଠାରେ ପ୍ରକାଶ ଥାଉକୀ ମାସେ ଆଗରୁ ଆସିଥିବା ବାତ୍ୟା ମୁ ସମୟରେ ଗଞ୍ଜାମ ଜିଲ୍ଲାରେ ଦୁଇ ଜଣ ଡାକ୍ତର ସରକାରୀ ନିର୍ଦ୍ଦେଶ ର ଅବମାନନା ଓ ଜରୁରୀକାଳୀନ ପରିସ୍ଥିତିରେ କାର୍ଯ୍ୟରେ ଯୋଗଦାନ ନ କରିବା ଯୋଗୁଁ ଦୁଇ ଜଣ ଡାକ୍ତର ଙ୍କୁ ନିଲମ୍ବିତ ହୋଇଥିଲେ ଏବେ ଦେଖିବାକୁ ବାକି ରହିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କୁ ଅବମାନନା କରିଥିବା ଡାକ୍ତର ଙ୍କ ବିରୁଦ୍ଧରେ କଣ ଏକ୍ସନ୍ ନିଆଯାଉଛି।ଆମେ ଉକ୍ତ ବିଷୟ ଉପରେ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ ହେଲେ ତାହା ସମ୍ଭବ ହୋଇ ନ ଥିଲା।ସରକାରୀ ଆଜ୍ଞା କୁ ଅବଜ୍ଞା କରିଥିବା ଡାକ୍ତର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)