ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ମୁମ୍ବାଇ ରେ ନୂଆଁଖାଇ ଭେଟଘାଟ ( ସମ୍ବଲପୁରୀ ନାଚ ଗୀତରେ ଦୁଲୁକିଲା ମଞ୍ଚ)
କେସିଙ୍ଗା/ କେସିଙ୍ଗାସମାଚାର ୨୮/୯(ମଧୁସୂଦନ ଠାକୁର)ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଶ୍ଚିମ ଓଡ଼ିଶା ପରିବାର ମୁମ୍ବାଇ ପକ୍ଷରୁ ମହାରାଷ୍ଟ୍ର ର ଦାଦର ସ୍ଥିତ ବୀର ସାବରକର ପ୍ରେକ୍ଷାଳୟ ରେ ୨୦ ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ମହାରାଷ୍ଟ୍ର ପୋଲିସ ଡିଜିପି ସଦାନନ୍ଦ ଦାତେ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ଏଲ ଆଇ ସି ର ମେନେଜିଙ୍ଗ ଡାଇରେକ୍ଟର ରତ୍ନାକର ପଟ୍ଟନାୟକ। ଏହି ଅବସରରେ ଅତିଥିଗଣ ସ୍ମରଣିକା "ଜୁହାର "ଉନ୍ମୋଚନ କରିଥିଲେ।ଶ୍ରୀ ଦାତେ ଓଡ଼ିଶାର ପର୍ବ ପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସୁଦୂର ମୁମ୍ବାଇ ରେ ପାଳନ କରୁଥିବାରୁ ଆନନ୍ଦ ପ୍ରକାଶ କରିଥିଲେ ଏବଂ ଶ୍ରୀ ପଟ୍ଟନାୟକ ଜୁହାର ଫାଉନଣ୍ଡେସନ ର ସମାଜସେବା କାର୍ଯ୍ୟକୁ ଖୁବ ପ୍ରଶଂସା କରି ଏଲ ଆଇ ସି ପକ୍ଷରୁ ଯାହାବି ଉଚିତ ସପୋର୍ଟ ଦିଆଯାଇ ପାରିବ ତାହା ଫାଉନଣ୍ଡେସନ କୁ ଦିଆଯିବ ବୋଲି ନିଜ ଅଭିଭାଷଣରେ ଘୋଷଣା କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବଲାଙ୍ଗୀର ଜିଲ୍ଲାର ଲୁଇସିଙ୍ଗା ର ସଙ୍ଗୀତ ସନ୍ଧ୍ୟା ନୃତ୍ୟଅନୁଷ୍ଠାନ ପକ୍ଷରୁ ମାନମୋହକ ସମ୍ବଲପୁରୀ ନାଚ ଗୀତ ପରିବେଷଣ କରି ବୀର ସାବରକର ପ୍ରେକ୍ଷାଳୟ କୁ ଦୁଲୁକେଇ ଦେଇଥିଲେ।ପରେ ଫାଉନଣ୍ଡେସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇ ଥିଲା।ଏଥିରେ ଓଡ଼ିଶା ପରିବାର ର ସଦସ୍ୟ ମାନେ ସମ୍ବଲପୁରୀ ଫେଶନ ସୋ ରେ ମଧ୍ୟ ଭାଗ ନେଇଥିଲେ।ଶ୍ରୀକାନ୍ତ ଚାଟାର୍ଜୀ ,ଦୀପକ ପୁଝାରୀ ଓ କବିତା ସାହାଣୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିବା ବେଳେ ମୁମ୍ବାଇ ରେ ରହୁଥିବା ପ୍ରାୟ ୫ ଶହ ଓଡ଼ିଆ ପରିବାର ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ।
What's Your Reaction?
Like
3
Dislike
0
Love
1
Funny
0
Wow
0
Sad
0
Angry
0
Comments (0)