ସମଲେଶ୍ଵରୀ ହାଇସ୍କୁଲ କୁଣ୍ଡାବନ୍ଧ ରେ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ
କେସିଙ୍ଗା/(କେସିଙ୍ଗାସମାଚାର) ଶିକ୍ଷା ହିଁ ସର୍ବକାଳୀନ ସମୟ ନିମନ୍ତେ ମଣିଷକୁ ଉତ୍ତୋଳନମୁଖୀ ସମ୍ଭାବନାର ସଫଳ ଦାୟାଦ ରୂପେ ଗଢ଼ି ତୋଳିବାରେ ସକ୍ଷମ ଏବଂ ଶିକ୍ଷକ ମାନେ ହିଁ ଏହାର ସଫଳ ଓ ପ୍ରଗତିଶୀଳ ବିନ୍ଧାଣି"; ବୋଲି କେସିଙ୍ଗା ବ୍ଲକ ଅଧିନସ୍ଥ ସ୍ଥାନୀୟ ସମଲେଶ୍ଵରୀ ହାଇସ୍କୁଲ,କୁଣ୍ଡାବନ୍ଧରେ ଆୟୋଜିତ ଶିକ୍ଷକ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ବକ୍ତା ରୂପେ ଯୋଗଦାନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ମତପୋଷଣ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷକ ସନ୍ତୋଷ କୁମାର ରଥ ଓ ପରମାନନ୍ଦ ଛୁଆଳସିଂହ ସହକାରୀ ଶିକ୍ଷକ ଙ୍କ ନିମନ୍ତେ ଆୟୋଜିତ ସେବା ନିବୃତ୍ତି ସମାରୋହକୁ ଭାର ପ୍ରାପ୍ତ ପ୍ରଧାନଶିକ୍ଷକ ଦେବକାନ୍ତ ମିଶ୍ର ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ହେମ ସାଗର ମହାନନ୍ଦ, ରାଜ୍ୟ ସମ୍ମାନ ପ୍ରାପ୍ତ ଶିକ୍ଷକଦ୍ବୟ କେଶବ ବାରିକ୍ ଓ ରବିନ୍ଦ୍ର କୁମାର ପଟ୍ଟନାୟକ,ବିଦ୍ୟାଳୟ ସଭାପତି କେଶବ ବିଶ୍ବାଳ, ଓଷ୍ଟା, କଳାହାଣ୍ଡି ଉପଦେଷ୍ଟା ଭବାନୀଶଙ୍କର ମିଶ୍ର, ସାରଙ୍ଗଧର ଠାକୁର, ସମ୍ପାଦକ ରାଜ୍ୟ ଓଷ୍ଟା,ପ୍ରଭାତ କୁମାର ରଥ, ସମ୍ପାଦକ ଓଷ୍ଟା,କଳାହାଣ୍ଡି ,ଅଭୟ କୁମାର ଦେବତା କେସିଙ୍ଗା ବ୍ଳକ୍ ଅଧ୍ୟକ୍ଷ,ଓଷ୍ଟା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଅବସର ଗ୍ରହଣ କରୁଥିବା ଶିକ୍ଷକ ଶ୍ରୀ ଛୁଆଳ ସିଂହ ଓ ପ୍ରଧାନ ଶିକ୍ଷକ ଶ୍ରୀ ରଥ ସେମାନଙ୍କ କାର୍ଯ୍ୟକାଳ ଅବଧି ସମୟରେ କୁଣ୍ଡାବନ୍ଧ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାଦାନ ଓ ସଫଳ ଅନୁଶାସନର ଏକ ନୂତନ ଯୁଗାନ୍ତକାରୀ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିପାରିଛନ୍ତି ବୋଲି ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ସେମାନଙ୍କ ଅତୁଳନୀୟ ଅବଦାନ ଓ ଉତ୍ସର୍ଗୀକୃତ ସେବା ମନୋଭାବ କାଳ କାଳକୁ ଅବିସ୍ମରଣୀୟ ହୋଇ ରହିବ।ଏହି ସମ୍ବର୍ଦ୍ଧନା ସମାରୋହକୁ ସମୀର କୁମାର ବେହେରା ପ୍ରଧାନଶିକ୍ଷକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,କେସିଙ୍ଗା ତଥା ସମ୍ପାଦକ ଓଷ୍ଟା କେସିଙ୍ଗା ବ୍ଳକରେ ହେମନ୍ତ କୁମାର ବାଗ,ପ୍ରଧାନ ଶିକ୍ଷକ,ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗା, ପରିଚାଳନା କରିଥିଲା ବେଳେ ଏବଂ ଚନ୍ଦନ ମହିପାଲ ଓ ସାଥୀ ଗୁରୁ ବନ୍ଦାପନା ଓ ବନ୍ଦନା ପରିବେଷଣ କରିଥିଲେ । ପରିଶେଷରେ ବିଦ୍ୟାଳୟ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ସଂଘ, ଗ୍ରାମବାସୀ ମାନଙ୍କ ତରଫରୁ ଶିକ୍ଷକ ଶ୍ରୀ ଛୁଆଳ ସିଂହ ଓ ଶ୍ରୀ ରଥଙ୍କୁ ଉପଢୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କେସିଙ୍ଗା ରୁ ମଧୁସୂଦନ ଠାକୁର
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)