ଅନ୍ତରରାଷ୍ଟ୍ରୀୟ ଜ୍ୟୋତିଷ ସମ୍ମିଳନୀରେ ଯୋଗଦେବେ ପଣ୍ଡିତ ଡାକ୍ତର ନାରାୟଣ ପାଢୀ
କେସିଙ୍ଗା - ୪/୮(କେସିଙ୍ଗା ସମାଚାର) କେସିଙ୍ଗା ମାଟିର ସନ୍ତାନ ପଣ୍ଡିତ ଡାକ୍ତର ନାରାୟଣ ପାଢୀ ଅର୍ନ୍ତରାଷ୍ଟ୍ରୀୟ ଜ୍ଯୋତିଷ ମହାସଂଘ ତରଫରୁ ବିଶିଷ୍ଟ ବକ୍ତା ତଥା ସନାନୀୟ ଅତିଥି ଭାବରେ ବିବେଚିତ ତଥା ନିମନ୍ତ୍ରୀତ ହୋଇ ଆସନ୍ତା ସେପ୍ଟେମ୍ବର ୮ ରୁ ୧୧ ତାରିଖ ରେ ଶ୍ରୀଲଙ୍କା (କଲମ୍ବୋ) ରେ ହେଉଥିବା ଅନ୍ତର୍ରାଷ୍ଟ୍ରୀୟ ଜ୍ୟୋତିଷ ସମ୍ମୀଳନୀ ରେ ଯୋଗଦେବେ । ଶ୍ରୀ ପାଢୀ କଳାହାଣ୍ଡି ର ଧର୍ମାଧ୍ଯକ୍ଷ ହେବା ସଂଗେ ସଂଗେ କଳାହାଣ୍ଡି ର ରାଜ ଜ୍ଯୋତିଷ, କେସିଙ୍ଗା ଜଗନ୍ନାଥ ମନ୍ଦିର ଟ୍ରଷ୍ଟି, ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ର ଜିଲ୍ଲା ସଭାପତି ଓ ଅନ୍ତର୍ରାଷ୍ଟ୍ରୀୟ ଜ୍ଯୋତିଷ ମହାସଂଘ (ଭା.ଖ) ର ଏସୋସିଏଟ୍ ଡାଇରେକ୍ଟର ରୂପେ ମଧ୍ଯ କାର୍ଯ୍ୟ ତୁଲାଉଛନ୍ତି । ଏହା କେସିଂଗା ଅଂଚଳ ତଥା କଳାହାଣ୍ଡି ପାଇଁ ଏକ ଗୌରବ ର ବିଷୟ ।ଖବର ଜଣା ପଡ଼ିବା ପରେ ଶ୍ରୀ ପାଢ଼ୀ ଙ୍କୁ ଶୁବେତ୍ସା ର ସୁଅ ଚୁଟିବାରେ ଲାଗିଛି। କେସିଙ୍ଗା ରୁ ମଧୁସୂଦନ ଠାକୁର
What's Your Reaction?
Like
3
Dislike
1
Love
0
Funny
0
Wow
1
Sad
0
Angry
0
Comments (0)