ଖାଦ୍ୟ ସୁରକ୍ଷା ବିଭାର ର କେସିଙ୍ଗା ଟାଉନ ରେ ଚଢାଉ ( ହୋଟେଲ ମାନଙ୍କର ଅବ୍ୟବସ୍ଥା ଓ ପଲିଥିନ ବ୍ୟବହାର ପାଇଁ ଫାଇନ ଓ ଅବ୍ୟବସ୍ଥା ସୁଧାରିବା ପାଇଁ ଅଧିକାରୀ ଙ୍କ ତାଗିଦ୍) ( ଖବର ପାଇ ସହର ର ଅନେକ ମିଠା ଦୋକାନ ଦିନକ ପାଇଁ ବନ୍ଦ)
କେସିଙ୍ଗା/ କେସିଙ୍ଗା ସମାଚାର ୨୯/୮(ମଧୁସୂଦନ ଠାକୁର) ଲୋକଙ୍କ ସ୍ଵାସ୍ଥ୍ୟ ର ସୁରକ୍ଷା ଓ ଅପମିଶ୍ରିତ ଖାଦ୍ୟ ପାନୀୟ ଠାରୁ ଜନସାଧାରଣ ଙ୍କୁ ସଚେତନତା କରାଇବା ସହିତ ଅପମିଶ୍ରିତ ଖାଦ୍ୟ ପାନୀୟ ବିକ୍ରି କରୁଥିବା ଦୋକାନୀ, ହୋଟେଲ ମାନଙ୍କରେ ଖାଦ୍ୟ ର ମାନ ପରୀକ୍ଷା ଦାଇତ୍ୱ ରେ ଥିବା ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ଆଜି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ପହଞ୍ଚି କେସିଙ୍ଗା ଷ୍ଟେସନ ରୁ ଆରମ୍ଭ କରି ବୋରିଁଙ୍ଗ ପଦର ପର୍ଯ୍ୟନ୍ତ ଥିବା ସମସ୍ତ ହୋଟେଲ, ଓମଫେଡ ପାର୍ଲର,ରେଷ୍ଟୁରାଣ୍ଟ ମାନଙ୍କରେ ଅଚାନକ ଚଢାଉ କରି ଖାଦ୍ୟ ର ମାନ ଯାଞ୍ଚ କରିବା ସହିତ ଅବ୍ୟବସ୍ଥା ବିଷୟରେ ଯାଞ୍ଚ କରିଥିଲେ।ଅନେକ ହୋଟେଲ ରୁ ରନ୍ଧା ଖାଦ୍ୟ ପ୍ୟାକ କରି ମାନ ନିର୍ଦ୍ଧାରଣ ପାଇଁ ଲେବ କୁ ପଠାଯିବ ବୋଲି ଅଧିକାରୀ କହିଥିବା ବେଳେ କିଛି ହୋଟେଲ ରେ ଖାଦ୍ୟ ପାର୍ଶଲ୍ ପାଇଁ ପଲିଥିନ ବ୍ୟବହାର ଓ ଅବ୍ୟବସ୍ଥା ପାଇଁ ଫାଇନ ମଧ୍ୟ କଟା ଯାଇଥିଲା ଓ ଯଥା ଶୀଘ୍ର ଅବ୍ୟବସ୍ଥା ସୁଧାରିବା ପାଇଁ ହୋଟେଲ ମାଲିକ ମାନଙ୍କୁ ତାଗିତ କରିଥିଲେ।। କିଛି ମିଠା ଦୋକାନୀ ଖାଦ୍ୟ ଯାଞ୍ଚ ହେଉଥିବା ଖବର ପାଇ ନିଜ ନିଜ ଦୋକାନ ବନ୍ଦ କରିଥିବା ଦେଖିବାକୁ ମିଳିଥିଲା ।ଆଜିର ଚଢ଼ାାଉ ରେ ୨୧ ଦୋକାନ ରୁ ୧୩ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି।ଏହି ଚଢାଉ ସମୟରେ କଳାହାଣ୍ଡି ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ୱଜିତ୍ ନାଏକ,ସ୍ଵାସ୍ଥ୍ୟ ପରିଦର୍ଶକ କିଶୋର ଚନ୍ଦ୍ର ଦାସ, କେସିଙ୍ଗା ଏନ୍ ଏ ସି ର ସେନୀଟେସନ ଏକ୍ସପର୍ଟ ପ୍ରଶାନ୍ତ ବାରିକ, ନୃସିଂହ ଚରଣ ସ୍ୱାଇଁ, ସୁଶାନ୍ତ କୁମାର ନାଏକ ଓ ପୋଲିସ ବଳ ମଧ୍ୟ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)