ନବରାତ୍ରି ଦ୍ୱିତୀୟ ଦିନରେ ମାଁ ଦୂର୍ଗା ଙ୍କ ବ୍ରହ୍ମଚାରିଣୀ ବେଶ
କେସିଙ୍ଗା/କେସିଙ୍ଗା ସମାଚାର/୧୧/୧୦(ମଧୁସୂଦନ ଠାକୁର) ରବିବାର ଠୁ ଆରମ୍ଭ ହୋଇ ଯାଇଛି ଦଶହରା ନବରାତ୍ର ।ନବରାତ୍ର ର ଦ୍ୱିତୀୟ ଦିନରେ ମାଁ ଦୁର୍ଗା ଙ୍କ ବ୍ରହ୍ମଚାରିଣୀ ବେଶକୁ ପୂଜା କରାଯାଇ ଥାଏ ।ପୌରାଣିକ ପ୍ରମାଣ ଅନୁଯାୟୀ ମାଁ ପାର୍ବତୀ ମହାଦେବ ଙ୍କୁ ପତି ରୂପରେ ପାଇବା ପାଇଁ ହଜାର ବର୍ଷ ଘୋର ତପସ୍ୟା କରିଥିଲେ ସେହି ରୂପ ହେଉଛି ମାଁ ଙ୍କ ବ୍ରହ୍ମଚାରିଣୀ।ଧଳା ଶାଢ଼ୀ ସାଙ୍ଗକୁ ଡାହାଣ ହସ୍ତରେ ଜପାମାଲା ଓ ବାମ ହାତରେ କମଣ୍ଡଳୁ ଧରି ଥାଆନ୍ତି। ମାଁ ଙ୍କ ଏହି ରୂପ ଟି ଧୈର୍ଯ୍ୟ, ସଂଯମ ଓ ତ୍ୟାଗର ପ୍ରତୀକ। ଏହି ଦିନ ପୂଜା କଲେ ଜୀବନରେ ସଫଳତା, ଜ୍ଞାନ ଓ ଏକାଗ୍ରତା ବଢେ।ଯୋଗଶାସ୍ତ୍ର ଅନୁଯାୟୀ ଏହି ରୁପ ସ୍ୱାଧିଷ୍ଠାନ ଚକ୍ରର ଅଧିଷ୍ଠାତ୍ରୀ ମନର ଚଞ୍ଚଳତା ଦୂର କରି ଶାନ୍ତି ଦିଅନ୍ତି ।ଲାଲ ଫୁଲ ଓ ଚିନି ଭୋଗ ଅର୍ପଣ କରି ପୂଜା କରାଯାଇ ଥାଏ ** ଜୟ ମାଁ ବ୍ରହ୍ମଚାରିଣୀ**
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)