ନାଗ ପଞ୍ଚମୀକୁ ନେଇ ଉତ୍ସବମୁଖର ଗୋସିଂହ ଦୈତ୍ୟଙ୍କ ତପସ୍ଥଳୀ 'ଦେବଗିରି'
କେସିଙ୍ଗା/ କେସିଙ୍ଗାସମାଚାର ୧୮/୮ ( ମଧୁସୂଦନ ଠାକୁର ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବୁଢ଼ୀପଦର ସ୍ଥିତ ଶ୍ରୀ ଶ୍ରୀ ଭଗବତ ସ୍ୱାମୀ ଦେବଗିରି ମଠ ଠାରେ ନାଗ ପଞ୍ଚମୀ ଅନୁଷ୍ଠିତ ହୋଇଛି। ଏହି ବର୍ଷ ଶ୍ରାବଣ ମାସର ତୃତୀୟ ସୋମବାର ଦିନ ନାଗ ପଞ୍ଚମୀର ଅପୂର୍ବ ସଂଯୋଗ ଘଟିଛି। ଶ୍ରାବଣ ସୋମବାର ଏବଂ ନାଗ ପଞ୍ଚମୀର ଏହି ଦୁର୍ଲଭ ମିଶ୍ରଣ ଶିବ ଭକ୍ତଙ୍କ ମନରେ ଅପାର ଆନନ୍ଦ ଆଣିଦେଇଛି। ଏହି ଦିନ, ସୂର୍ଯ୍ୟ ଦେବଙ୍କର ରାଶି ପରିବର୍ତ୍ତନ (ସୂର୍ଯ୍ୟ ଗୋଚର) ମଧ୍ୟ ହୋଇଛି। ତେଣୁ ଶୈବ, ଶାକ୍ତ, ବୈଷ୍ଣବ, ସୌର, ଗଣପତ୍ୟ ଧର୍ମର ମିଳନ ପୀଠ ଦେବଗିରି ମଠ ଭକ୍ତିଭାବରେ ମୁଖରିତ ହୋଇ ଉଠିଥିଲା। ଦ୍ବାପର ଯୁଗରେ ଜେନାବଳୀ ନଗ୍ରର ଅଧିଶ୍ବର ଗୋସିଂହ ଦୈତ୍ୟ ଦେବଗିରି (କନକଗିରି) ଗୁମ୍ଫାରେ ତପସ୍ୟା କରିବା ସହ ଶିବ ଆରଧନା କରୁଥିଲେ। କିମ୍ବଦନ୍ତୀ ଅନୁସାରେ ଗୋସିଂହ ଦୈତ୍ୟ ନାଗ ଗୋତ୍ରୀୟ ବେସ୍କା କନ୍ଧ ଥିଲେ। ତେଣୁ ନାଗ ପଞ୍ଚମୀ ଅବସରରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମହାରାଜ ଗୋସିଂହ ଦୈତ୍ୟଙ୍କ ସ୍ମୃତିଚାରଣ କରାଯାଇଥିଲା। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ସେବକ ଟିକେ ଗଉଡ, ପୁରାଣ ପାଠକ ପୂର୍ବା ଗଉଡ, ଧର୍ମେନ୍ଦ୍ର ଧଙ୍ଗଡାମାଝୀ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ବୋଲବମ ଭକ୍ତମାନଙ୍କ ରାତ୍ରି ରହଣୀର ବ୍ୟବସ୍ଥା ସହ ଟ୍ରଷ୍ଟ ବୋର୍ଡ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଜୟ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ରଜନୀ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଭରତ ଧଙ୍ଗଡାମାଝୀ, ଦେବରାଜ ଗଉଡ ପ୍ରମୁଖ ସହଯୋଗ କରିଥିଲେ।
What's Your Reaction?
Like
1
Dislike
0
Love
1
Funny
0
Wow
1
Sad
0
Angry
0
Comments (0)