କେସିଙ୍ଗା ଏନ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳନ ( ଟ୍ୟାକ୍ସ ସଂଗ୍ରହ ଉପରେ ନଗରପାଳ ଙ୍କ ଗୁରୁତ୍ୱାରୋପ)
କେସିଙ୍ଗା/ କେସିଙ୍ଗା ସମାଚାର ୩୧/୮(ମଧୁସୂଦନଠାକୁର) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମ୍ ଧାମରେ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇ ଯାଇଛି।କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାତଃ ୪.୩୦ ସମୟ ରେ ରାମ ଧୁନ ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୬.୪୫ ରେ ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ସେହିପରି୮.୩୦ ରେ ପରିଷଦ କାର୍ଯ୍ୟାଳୟ ରେ ନଗରପାଳ ପତାକା ଉତ୍ତୋଳନ କରିଥିଲେ ପରେ ପାରିଷଦ ବୃନ୍ଦ, ଏନ୍ଏ ସି କର୍ମଚାରୀ ଏବଂ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସଚେତନତା ପାଇଁ ସହର ପରିକ୍ରମା କରାଯାଇ ୧୦ ଘଣ୍ଟା ସମୟରେ ସ୍ଥାନୀୟ ଏନ୍ ଏ ସି ପାଖ କଲ୍ୟାଣ ମଣ୍ଡପ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା। ସହର ର ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇ ଥିଲା।କେସିଙ୍ଗା ନଗର ପାଳ ନୃପରାଜ ଯାଦବ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଉପସ୍ଥିତ ଥିଲେ। ନଗରପାଳ ନିଜ ଅଭିଭାଷଣରେ ସମସ୍ତ କେସିଙ୍ଗା ବାସୀ ଙ୍କୁ ଠିକ୍ ସମୟରେ ବିଭିନ୍ନ ଟ୍ୟାକ୍ସ ଦେବାକୁ ନିବେଦନ କରିବା ସହିତ ସହରବାସୀ ଙ୍କ ଟ୍ୟାକ୍ସ ପଇସା ସହର ଉନ୍ନତିରେ ହିଁ ବିନିଯୋଗ ହେବ ବୋଲି ପ୍ରକାଶ କରି ସମୟରେ ଟ୍ୟାକ୍ସ ଭରିବା ପାଇଁ କେସିଙ୍ଗା ବାସୀ ଙ୍କୁ ନିବେଦନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ନଗରପାଲ କେସିଙ୍ଗା ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ସମସ୍ତ ୱାର୍ଡ କାଉନସିଲର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)