କେସିଙ୍ଗା ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ୧୬୫ ତମ ଗଙ୍ଗାଧର ଜୟନ୍ତୀ ପାଳନ ( ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ ଙ୍କୁ ମିଳିଲା ଗଙ୍ଗାଧର ମେହେର ସମ୍ମାନ)

Aug 31, 2026 - 07:36
0 23
କେସିଙ୍ଗା ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ୧୬୫ ତମ ଗଙ୍ଗାଧର ଜୟନ୍ତୀ ପାଳନ               ( ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ ଙ୍କୁ ମିଳିଲା ଗଙ୍ଗାଧର ମେହେର ସମ୍ମାନ)

କେସିଙ୍ଗା/ କେସିଙ୍ଗା ସମାଚାର,୩୦/୮(ମଧୁସୂଦନ ଠାକୁର) କଳାହାଣ୍ଡି ଜିଲ୍ଲା କେସିଙ୍ଗା ର ଏକ ମାତ୍ର ସାହିତ୍ୟ ସଂସଦ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ସମାରୋହ ଓ ସମ୍ବର୍ଦ୍ଧନା ସଭା ରବିବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଋଷି ସାହା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଚେତାବନୀ ସାହିତ୍ୟ ସଂସଦ ର ସଭାପତି ଯାଜ୍ଞସେନୀ ସାହା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କେସିଙ୍ଗା ନଗରପାଳ ତଥା ବରିଷ୍ଠ ଚିକିତ୍ସକ ଡାକ୍ତର ହେମସାଗର ସାହା ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ, ଚେତାବନୀ ର ସମ୍ପାଦକ ରଞ୍ଜନ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଏହି ପରିପେକ୍ଷି ରେ ଚଳିତ ବର୍ଷ ଭୁବନେଶ୍ଵର ର ବିଶିଷ୍ଟ ବାଗ୍ମୀ ତଥା ସଂସ୍କୃତି ଗବେଷକ ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ ଙ୍କୁ ଚେତାବନୀ ସାହିତ୍ୟ ସଂସଦ କେସିଙ୍ଗା ର ମର୍ଯ୍ୟାଦାଜନକ ପୁରସ୍କାର ଗଙ୍ଗାଧର ମେହେର ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ଓଡ଼ିଶା ସାହିତ୍ୟ ଜଗତର ଗବେଷଣା କ୍ଷେତ୍ରରେ ଅନନ୍ୟ ଉପଲବ୍ଧି ହାସଲ କରି ଶିକ୍ଷା ଜଗତର ସର୍ବୋଚ୍ଚ ଯୋଗ୍ୟତା ଡକ୍ତର ଅଫ ଲେଟ୍ରେଚର୍ ପାଇଥିବା କେସିଙ୍ଗା ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଡକ୍ତର ରାକେଶ କୁମାର ବିଶି ଓ କଶ୍ରୁପଡ଼ା ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସ୍ଵାଗତ ଭାଷଣ ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଣ୍ଡା ଦେଇଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ସାଂଗଠାନିକ ସମ୍ପାଦକ ଯାଜବେନ୍ଦ୍ର ସାହା କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ଭୋଇ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଚେତାବନୀ ସାହିତ୍ୟ ସଂସଦ ର ଉପ ସଭାପତି ରୁବି ଚୌଧୁରୀ।ଅନ୍ୟ ମାନଙ୍କ ମଧ୍ୟରେ ଚେତାବନୀ ସାହିତ୍ୟ ସଂସଦ ର ସଂଯୁକ୍ତା ପାଢ଼ୀ,ମମତା ସାହୁ, ଗାୟତ୍ରୀ ମହାରଥୀ, ମଞ୍ଜୁମେଧା ଗୁରୁ, ଲୋପାମୁଦ୍ରା ପାଣିଗ୍ରାହୀ, ତପନ ଦାସ, ଭାଗିରଥି ସିଂ, ଡମ୍ବରୁଧର ଭୋଇ, ମନୋଜ ବଗର୍ତ୍ତି, ହିମାଞ୍ଚଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User