ଗାନ୍ଧୀଜୟନ୍ତୀ ଅବସରରେ ସ୍ୱଚ୍ଛତା ଅଭିଯାନ ( କେସିଙ୍ଗା ସେଲଫି ପଏଣ୍ଟ ରୁ ଜଗନ୍ନାଥ ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତା କରାଗଲା ସଫା)
କେସିଙ୍ଗା/ କେସିଙ୍ଗା ସମାଚାର ୨/୧୦(ମଧୁସୂଦନ ଠାକୁର) ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସାରା ଦେଶରେ ଚାଲିଥିବା ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ ର ଶେଷ ଦିନରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଛକ ଠାରୁ ଟିଟଲାଗଡ ରାସ୍ତା ପଟେ ଥିବା ଶେଲଫି ପଏଣ୍ଟ ପର୍ଯ୍ୟନ୍ତ ଏକ ବୃହତ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ କରାଯାଇ ରାସ୍ତା ସଫା କରାଯାଇଥିଲା। ଏଥିରେ କେସିଙ୍ଗା ନଗରପାଲ ନୃପାରାଜ୍ ଯାଦବ , କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଙ୍କ ସମେତ ବିଜେପି ନଗର ସଭାପତି ପିଙ୍କୁ ପରିଡ଼ା,ବରିଷ୍ଠ ବିଜେପିନେତ୍ରି ସରିତା ସିନ୍ଦୂର, ମଗନ୍ ସିନ୍ଦୂର, ବିମଳ ବାଗ ସମସ୍ତ ୱାର୍ଡ କାଉନସିଲର ବୃନ୍ଦ , ଶ୍ରୀନିବାସ ପଟ୍ଟନାୟକ, ପ୍ରଶାନ୍ତ ବାରିକ, ଗଦାଧର ସିଂଦେଓ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)