କେସିଙ୍ଗା କୋଣାର୍କ ସୂତାକଳ ପରିଦର୍ଶନ କଲେ ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ କମିଶନର

Aug 29, 2026 - 07:25
0 102
କେସିଙ୍ଗା କୋଣାର୍କ ସୂତାକଳ ପରିଦର୍ଶନ କଲେ ବିଭାଗୀୟ ମନ୍ତ୍ରୀ ଓ ବିଭାଗୀୟ କମିଶନର

​କେସିଙ୍ଗା/ କେସିଙ୍ଗା ସମାଚାର୨୯/୮(ମଧୁସୂଦନ ଠାକୁର) ଦୀର୍ଘ ଚାରି ଦଶନ୍ଧି ବର୍ଷ ଧରି ବନ୍ଦ ପଡ଼ି ରହିଥିବା କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର ହେବାର ଆଶା ଦେଖାଯାଉଛି। ଏହି ଦିଗରେ ଏକ ବଡ଼ ପଦକ୍ଷେପ ଦେଖିବାକୁ ମିଳିଛି। ଦୀର୍ଘ ଦିନରୁ ଅଞ୍ଚଳବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ କରାଯାଉଥିବା ଦାବି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କୋଣାର୍କ ସୂତାକଳ ଗସ୍ତ କରି ସ୍ଥିତିର କ୍ଷେତ୍ରୀୟ ଅନୁଧ୍ୟାନ କରିଛନ୍ତି। ଏହି ପରିଦର୍ଶନ ସମୟରେ ବୟନଶିଳ୍ପ ବିଭାଗ ର କମିଶନର ତାପସପୁନମ୍ ଗୁହା ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ। ବିଭାଗୀୟ ​ମନ୍ତ୍ରୀ ଏବଂ ପ୍ରତିନିଧି ଦଳ ସୂତାକଳର ସମଗ୍ର ପରିସର ବୁଲି ଦେଖିବା ସହ ସେଠାରେ ଥିବା ବିଭିନ୍ନ ଗୋଦାମ ଘର, ପୁରୁଣା ଯନ୍ତ୍ରାଂଶ ଏବଂ ସମଗ୍ର ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଥିଲେ। ପରିଦର୍ଶନ ଶେଷରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, କିଛି ସାମଗ୍ରୀ ଚୋରି ହୋଇଥିଲେ ମଧ୍ୟ ସୂତାକଳର ବର୍ତ୍ତମାନର ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ଠିକ୍ ରହିଛି ଏବଂ ଏହାକୁ ପୁନର୍ବାର ପି ପି ପି ମୋଡ ରେ କାର୍ଯ୍ୟକ୍ଷମ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ । ଏହି ବିଷୟରେ ଖୁବ୍ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହିତ କେବେ କୋଣାର୍କ ସୂତାକଳ କାର୍ଯ୍ୟକ୍ଷମ ହେବ କିମ୍ବା ପୁନରୁଦ୍ଧାର କାମ ଆରମ୍ଭ ହେବ ସେହି ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା କହିବା ସମ୍ଭବ ନୁହେଁ ବୋଲି ସେ ପ୍ରକାଶ କରିଥିଲେ। ସେମିତି କିଛି ମାସ ତଳେ ବିଜେପି ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ କେସିଙ୍ଗା ଗସ୍ତ କରି ସୂତାକଳର ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଏହାର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ଓ ପ୍ରସ୍ତାବ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ବିଭିନ୍ନ ସ୍ତରରେ ଯୋଗାଯୋଗ ଚଳାଇବା ପରେ ଆଜି ବିଭାଗୀୟ ମନ୍ତ୍ରୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ସମ୍ଭବପର ହୋଇଛି ବୋଲି କୁହାଯାଉଛି। ଅନ୍ୟ ପଟେ ଏକ ଘରୋଇ ସଂସ୍ଥା କୋଣାର୍କ ସୂତାକଳର ପରିଚାଳନା ଦାୟିତ୍ୱ ନେଇ ପ୍ରାୟ ୧୨୦୦ କୋଟି ଟଙ୍କା ବ୍ୟୟରେ ଏହାର ଆଧୁନିକୀକରଣ ଓ ପୁନଃକାର୍ଯ୍ୟକ୍ଷମ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।ସୂତାକଳ ପୁନର୍ବାର ଚାଲୁ ହେଲେ ଅଞ୍ଚଳରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଅଞ୍ଚଳର ଅର୍ଥନୈତିକ ବିକାଶ ହେବ ବୋଲି ସ୍ଥାନୀୟ ଜନସାଧାରଣଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଢ଼,କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି,କେସିଙ୍ଗା ନଗର ମଣ୍ଡଳ ସଭାପତି ପିଙ୍କୁ ପରିଡା,ମଗନ ସିନ୍ଦୁର, ବିର୍ଧୀ ଜୈନ ,ଯୁଗଲ ଦୀପ,ପ୍ରଶାନ୍ତ ବାନାର୍ଜୀ,ସୁରେଶ ମହାନନ୍ଦ, ସନ୍ତୋଷ ଦାସ,ଧରଣୀ ନାଏକ, ବସନ୍ତ ପୁରୋହିତ, ନମିତା ରାଣୀ ସାହୁ ,ସୁରେଶ ରାଓ, ଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User