ସଫେଇ କର୍ମଚାରୀ ଙ୍କୁ ସୁରକ୍ଷା ସାମଗ୍ରୀ ବଣ୍ଟନ
କେସିଙ୍ଗା/କେସିଙ୍ଗାସମାଚାର ୨୯/୮(ମଧୁସୂଦନ ଠାକୁର) ଏସବିଆଇ ଏବଂ ରାମକୀ ଫାଉଣ୍ଡେସନ ତରଫରୁ ସମାଜ କୁ ସଫା ସୁତୁରା ରଖିବା ପାଇଁ ଜିଲ୍ଲାରେ ନିରନ୍ତର ଉଦ୍ୟମ ଜାରି ରଖିଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଏବଂ ସ୍ଵଚ୍ଛତା ଉପରେ ସଚେତନତା କରି ଆସୁଛି। ଏହି କ୍ରମରେ ଶନିବାର ଦିନ କେସିଙ୍ଗା ବ୍ଲକ ର ଯୋଲକୋ ଠାରେ କେସିଙ୍ଗା ଏନ୍ ଏ ସି ର ସଫେଇ କର୍ମଚାରୀ ଙ୍କୁ ବର୍ଷା ଓ ସୁରକ୍ଷା କୁ ଦୃଷ୍ଟି ରେ ରଖି ରେନ କୋଟ ସେଫ୍ଟି ଜେତା ଆଉ ହେଣ୍ଡ ଗ୍ଲୋବ ସ୍ୱଛ ଭାରତ ଅଭିଜାନ ମାଧ୍ୟମ ରେ ରାମକୀ ଫୋୖଣ୍ଡାସନ ଦ୍ୱାରା ପ୍ରଦାନ କରାଯାଇଥିଲା। ଏଥିରେ ରାମକୀ ଫୌଣ୍ଡସନ ର କଳାହାଣ୍ଡି ପିସି , ଡାକ୍ତର ବିମଳ ଚରଣ ଷଡଙ୍ଗୀ, ଫାର୍ମାସିଷ୍ଟ ଜ୍ୟୋଷ୍ଣା ରାଣୀ ବେହେରା ,ଷ୍ଟାଫ ନର୍ସ ପଙ୍କଜିନି ରଣା ଏଲ ଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ ପ୍ରମୁଖ ଉପସ୍ଥିତି ଥିଲେ| ସ୍ୱଚ୍ଛତା ପାଇଁ ସ୍ୱଚ୍ଛ ସାମଗ୍ରୀ ପାଇଥିବା ସ୍ୱଚ୍ଛ ସାଥୀ ମାନେ ଏସ ବି ଆଇ ଏବଂ ରାମକୀ ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)